Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍କୁଲର ସବୁଜ ରଙ୍ଗକୁ ନେଇ ବିବାଦ

ଭୁବନେଶ୍ବର: ସ୍କୁଲର ସବୁଜ ରଙ୍ଗ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିରୋଧୀ ଓ ଶାସକ। ୫ଟି ଅଧିୀନରେ ଚାଲିଥିବା ସ୍କୁଲ ରୂପାନ୍ତୀକରଣ ପ୍ରକ୍ରିୟାରେ ରାଜ୍ୟର ସମସ୍ତ ସ୍କୁଲର ରଙ୍ଗକୁ ସବୁଜିମାରେ ପରିଣତ କରାଯାଉଛି। ଏହାକୁ ନେଇ କଟାକ୍ଷ କରୁଛନ୍ତି ବିରୋଧୀ।

ଏହାକୁ ପାକିସ୍ତାନୀ ଜାତୀୟ ପତାକାର ରଙ୍ଗ ସହ ସମାନ ବୋଲି କହିଛନ୍ତି ବିଜେପି ନେତା ରାଜ୍ୟ ବିଧାନସଭା ସଦସ୍ୟ ମୋହନ ମାଝି।

ଏହାର ପ୍ରତିକ୍ରିୟାରେ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ମିଶ୍ର କହିଛନ୍ତି ଯେ ସ୍କୁଲର ରଙ୍ଗକୁ ପାକିସ୍ତାନୀ ପତାକାର ରଙ୍ଗ କହିବା ଠିକ୍‌ ନୁହେଁ। ଏହା ଜାତୀୟ ପତାକା ପ୍ରତି ଅପମାନ। କାରଣ ଭାରତର ଜାତୀୟ ପତାକାରେ ମଧ୍ୟ ସବୁଜ ରଙ୍ଗ ରହିଛି।

ବିରୋଧୀଙ୍କ ପ୍ରଶ୍ନର ଜବାଜ ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ସେ କହିଛନ୍ତି ସେ ସବୁଜ ରଙ୍ଗ ଶକ୍ତିର ପ୍ରତୀକ। ରଙ୍ଗକୁ କେନ୍ଦ୍ର କରି ରାଜନୀତି କରିବା ଏବଂ ବିରୋଧ କରିବା ଠିକ୍‌ ନୁହେଁ। ତାକୁ ପାକିସ୍ତାନୀ ପତାକାର ରଙ୍ଗ ବୋଲି କହିବା ଅତ୍ୟନ୍ତ ନିନ୍ଦନୀୟ କଥା। ଏହାକୁ ବିରୋଧୀ ଦଳର କିଛି ସଦସ୍ୟ ମଧ୍ୟ ନାପସନ୍ଦ କରିଛନ୍ତି। ଏକଥାର କୌଣସି ଯଥାର୍ଥତା ନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ