Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତେଜସ୍ୱୀଙ୍କୁ ସିବିଆଇର ଜେରା

ନୂଆଦିଲ୍ଲୀ: ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଶନିବାର ଦିନ ଦିଲ୍ଲୀର ସେଣ୍ଟ୍ରାଲ ଇନଭେଷ୍ଟିଗେସନ୍ ବ୍ୟୁରୋ (ସିବିଆଇ) କାର୍ଯ୍ୟାଳୟରେ ହାଜର ହୋଇଛନ୍ତି। ଜମି ବଦଳରେ ଚାକିରି ଦେବା ମାମଲାରେ ସିବିଆଇ ତାଙ୍କୁ ଜେରା କରିଛି। ସେ କହିଛନ୍ତି ଯେ ସେ ଓ ତାଙ୍କ ପରିବାର ତଦନ୍ତକାରୀ ସଂସ୍ଥାକୁ ସହଯୋଗ କରିବାକୁ ପ୍ରସ୍ତୁତ ଅଛୁ। ଏଥିପାଇଁ ବହୁତ କଷ୍ଟ ସହିବାକୁ ପଡ଼ୁଛି। ଆଗକୁ ସେ ଏ ଲଢେଇ ଜାରି ରଖିବେ ଓ ତାଙ୍କର ବିଶ୍ବାସ ‌ଯେ ସେ ଏ ଲଢେଇରେ ବିଜୟୀ ହେବେ ବୋଲି ସେ କହିଛନ୍ତି। ଅନ୍ୟପଟେ ତେଜସ୍ବୀଙ୍କ ଭଉଣୀ ମଧ୍ୟ ଆଜି ଇଡି ଆଗରେ ହୋଇଛନ୍ତି।

ଜମି ବଦଳରେ ଚାକିରି ଦୁର୍ନୀତି ମାମଲାରେ ମାର୍ଚ୍ଚ ୧୦ ତାରିଖରେ ଇଡି ମଧ୍ୟ ତେଜସ୍ୱୀ ଯାଦବଙ୍କ ଦିଲ୍ଲୀସ୍ଥିତ ବାସଭବନରେ ଚଢ଼ଉ କରିଥିଲା।ମାର୍ଚ୍ଚ ୧୧ରେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ କେନ୍ଦ୍ରୀୟ ବ୍ୟୁରୋ ଅନୁସନ୍ଧାନାକାରୀ (ସିବିଆଇ) ସମନ କରିଥିଲା। ଏହାପରେ ସେ ଆଜି ସିବିଆଇ କାର୍ଯ୍ୟାଳୟରେ ହାଜର ହୋଇଛନ୍ତି।