Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧନୀ ତାଲିକାର ଶ୍ରେଷ୍ଠ ୧୦ରେ ସ୍ଥାନ ପାଇଲେ ମୁକେଶ

ମୁମ୍ବାଇ: ୨୦୨୩ ଧନୀ ତାଲିକାର ଶୀର୍ଷ ୧୦ରେ ସ୍ଥାନୀତ ହୋଇଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ତଥା ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ। ଗତ ୧୦ ବର୍ଷ ମଧ୍ୟରେ ତାଙ୍କ ସମ୍ପତ୍ତିର ମୂଲ୍ୟ ୪ ଗୁଣା ଅର୍ଥାତ୍‌ ୩୫୬ ପ୍ରତିଶତ ବୃଦ୍ଧି ପାଇଛି। ୮୨ ବିଲିୟନ ଡଲାର ସମ୍ପତ୍ତି ସହ ସେ ଏକମାତ୍ର ଭାରତୀୟ ଭାବେ ଏହି ଧନୀ ତାଲିକାରେ ସ୍ଥାନ ପାଇଛନ୍ତି। ତାଙ୍କ ସମ୍ପତ୍ତି ମୂଲ୍ୟ ପୂର୍ବ ବର୍ଷ ତୁଳନାରେ ହ୍ରାସ ପାଇବା ସତ୍ତ୍ବେ ବି ସେ ଦେଶରେ ନିଜ ସ୍ଥାନ ବଜାୟ ରଖିଛନ୍ତି।

ହୁରୁନ୍‌ ଧନୀ ତାଲିକା ଅନୁଯାୟୀ ବିଲିୟନେୟାର ସୃଷ୍ଟି କରିବା କ୍ଷେତ୍ରରେ ଭାରତ ବିଶ୍ବରେ ତୃତୀୟ ସ୍ଥାନରେ ରହିଛି। ଶିକ୍ଷା କ୍ଷେତ୍ରରେ ବାଇଜୁସ୍‌ ସିଇଓ ବାଇଜୁ ରବୀନ୍ଦ୍ରନ ବିଶ୍ବରେ ଦ୍ବିତୀୟ ସ୍ଥାନ ହାସଲ କରିଛନ୍ତି। ୩.୩ ବିଲିୟନ ଡଲାର ସହ ସେ ଧନୀ ତାଲିକାର ୯୯୪ ସ୍ଥାନ ଅଧିକୃତ କରିଛନ୍ତି।