Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ଵରେଜ ସଫେଇ ସମୟରେ ମୃତ୍ୟୁ ଘଟିଲେ କର୍ମୀଙ୍କ ପରିଜନଙ୍କୁ ଦିଆଯାଉ ୩୦ ଲକ୍ଷ ଟଙ୍କା: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦେଶରେ ସ୍ଵରେଜ ସଫେଇ ସମୟରେ ଘଟୁଥିବା ମୃତ୍ୟୁ ଘଟଣାରେ ସୁପ୍ରିମକୋର୍ଟ ଶୁକ୍ରବାର କଠୋର ଆଭିମୁଖ୍ୟ ଆପଣେଇଛନ୍ତି। କୋର୍ଟ କହିଛନ୍ତି ସରକାରୀ ଅଧିକାରୀଙ୍କୁ ମୃତକଙ୍କ ପରିଜନଙ୍କୁ ୩୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ପଡ଼ିବ। ବିଚାରପତି ଏସ ରବୀନ୍ଦ୍ର ଭଟ୍ଟ ଓ ବିଚାରପତି ଅରବିନ୍ଦ କୁମାରଙ୍କ ପୀଠ କହିଛନ୍ତି ସ୍ଵରେଜ ସଫେଇ ସମୟରେ ସବୁ ଦିନ ପାଇଁ ବିକଳାଙ୍ଗ ହେଉଥିବା ଲୋକଙ୍କୁ ସର୍ବନିମ୍ନ କ୍ଷତିପୂରଣ ହିସାବରେ ୨୦ ଲକ୍ଷ ଟଙ୍କା ଦିଆଯାଉ।

ପୀଠ କହିଛନ୍ତି, କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଏହା ସୁନିଶ୍ଚିତ କରିବା ଉଚିତ୍ ଯେ ହାତରେ ମଇଳା ସଫା କରିବା ପ୍ରଥା ସଂପୂର୍ଣ୍ଣ ଭାବେ ସମାପ୍ତ କରାଯାଉ। ନିଷ୍ପତ୍ତି ଶୁଣାଇବା ସମୟରେ ବିଚାରପତି ଭଟ୍ଟ କହିଛନ୍ତି, ଯଦି ସଫେଇକର୍ମୀ ଅନ୍ୟ ବିକଳାଙ୍ଗରେ ପୀଡ଼ିତ ତେବେ ସେମାନଙ୍କୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ପଡ଼ିବ।

କୋର୍ଟ ନିର୍ଦ୍ଦେଶ ଜାରି କରିଛନ୍ତି ଯେ, ସରକାରୀ ଏଜେନ୍ସିଙ୍କୁ ଏହା ସୁନିଶ୍ଚିତ କରିବାକୁ ପଡ଼ିବ ଯେ, ଏମିତି ଘଟଣା ଯେମିତି ନ ଘଟେ ସେଥିପ୍ରତି ଗୁରୁତ୍ଵ ଦିଆଯାଉ। ସ୍ଵରେଜ ସଂପର୍କିତ ମୃତ୍ୟୁ ମାମଲା ଉପରେ ନଜର ରଖାଯାଉ।

୨୦୨୨ ଜୁଲାଇରେ ଲୋକସଭାରେ ଉପସ୍ଥାପିତ ସରକାରୀ ତଥ୍ୟ ଅନୁଯାୟୀ, ଗତ ୫ ବର୍ଷରେ ଭାରତରେ ସ୍ଵରେଜ ଏବଂ ସେପଟିକ୍ ଟ୍ୟାଙ୍କ ସଫେଇ ସମୟରେ ଅତି କମରେ ୩୪୭ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରୁ ୪୦ ପ୍ରତିଶତ ମୃତ୍ୟୁ ଉତ୍ତର ପ୍ରଦେଶ, ତାମିଲନାଡ଼ୁ ଓ ଦିଲ୍ଲୀର।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ