Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କନ୍ଧମାଳରେ ସମବାୟ ସପ୍ତାହ ପାଳନ ପାଇଁ ପ୍ରସ୍ତୁତି ବୈଠକ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ସମବାୟ ବିଭାଗ ସଭାଗୃହରେ ସମବାୟ ସପ୍ତାହ ପାଳନ ନିମନ୍ତେ ଜିଲା ସମବାୟ ସଂଘର ଏକ ପ୍ରସ୍ତୁତି ବୈଠକ ସଂଘର ସଭାନେତ୍ରୀ ସୁପ୍ରଭା ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଜିଲା ସମବାୟ ନିବନ୍ଧକ ଯୁଗଳ କିଶୋର ସାହୁ ବୈଠକରେ ଯୋଗଦେଇ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ଜିଲାର ୨୪ଟି ଲ୍ୟାମ୍ପସ ସହିତ ଅନ୍ୟ ସମବାୟ ସମିତିର ପ୍ରତିନିଧି ଏହି ବୈଠକରେ ଯୋଗ ଦେଇଥିଲେ। ସମବାୟ ସଂଘର ପରିଚାଳନା ପରିଷଦ ଓ ଲ୍ୟାମ୍ପସର ସଦସ୍ୟମାନଙ୍କୁ ତାଲିମ ପ୍ରଦାନ କରିବାକୁ ରାଜ୍ୟ ସଂଗଠନକୁ ଅନୁରୋଧ କରିବାକୁ ନିଷ୍ପତ୍ତି ନିଆଗଲା। ଏହି ଅବସରରେ ଜିଲା ସମବାୟ ସଂଘର ଉପସଭାପତି କିଶୋର ନାୟକ, ବୋର୍ଡ ଅଫ ଡାଇରେକ୍ଟର୍ସ ବୁଡୁ ଦିଗାଲ, ଜମେଶ ମଲିକ, କୃଷ୍ଣଚନ୍ଦ୍ର କହଁର ପ୍ରମୁଖ ଆଲୋଚନାରେ ଉପସ୍ଥିତ ଥିଲେ।