ହଲିଉଡ୍‌ ଫିଲ୍ମକୁ ରିଜେକ୍ଟ କଲେ ରଣବୀର


ମୁମ୍ବାଇ: ବଲିଉଡ୍‌ ଅଭିନେତା ରଣବୀର କପୁରଙ୍କ ଅଭିନୀତ ଫିଲ୍ମ ‘ ତୁ ଝୁଠି ମୈ ମକ୍କାର’ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଛି। ଏହ ତାଙ୍କ ତୃତୀୟ ସର୍ବୋଚ୍ଚ ଆୟକାରୀ ଫିଲ୍ମ ହୋଇପାରିଛି। ଫିଲ୍ମକୁ ନେଇ ଚର୍ଚ୍ଚାରେ ଅଛନ୍ତି ରଣବୀର।

ଏହା ପୂର୍ବରୁ ରଣବୀର ଓ ତାଙ୍କ ପତ୍ନୀ ଆଲିଆଙ୍କ ଅଭିନୀତ ଚଳଚ୍ଚିତ୍ର ‘ବ୍ରହ୍ମାସ୍ତ୍ର’ ମଧ୍ୟ ହିଟ୍‌ ହୋଇଥିଲା। ଉଭୟଙ୍କ ଚମତ୍କାର ଅଭିନୟ ପାଇଁ ଦର୍ଶକ ଫିଲ୍ମକୁ ବେଶ୍‌ ପସନ୍ଦ ମଧ୍ୟ କରିଥିଲେ। ଏବେ ରଣବୀରଙ୍କୁ ହଲିଉଡରେ ଏକ ବ୍ଲକବଷ୍ଟର ଫିଲ୍ମର ଅଫର ମିଳିଛି । ହେଲେ ସେ ଏହାକୁ ରିଜେକ୍ଟ କରିଦେଇଛନ୍ତି।

ରଣବୀର କହିଛନ୍ତି, ମୋର ହଲିଉଡ଼ରେ କାମ କରିବା ପାଇଁ ଆଗ୍ରହ ନାହିଁ । ଏଠାରେ ଲୋକଙ୍କ ଭଲପାଇବା ମିଳୁଛି । ବାସ୍ତବରେ ଅଫର୍‌ ହୋଇଥିବା ଫିଲ୍ମ ବିଷୟରେ ମୁଁ କିଛି ଜାଣି ନାହିଁ। ସେଥିପାଇଁ ଏହାକୁ ରିଜେକ୍ଟ କରିଛି ବୋଲି ସେ କହିଛନ୍ତି।