Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ଭାରତ-ନ୍ୟୁଜିଲାଣ୍ଡ ମୁକାବିଲା, ଧର୍ମଶାଳାରେ କାହାକୁ ମିଳିବ ଫାଇଦା ଓ କେତେ ରନ ହୋଇ ପାରିବ, ଜାଣନ୍ତୁ

ଧର୍ମଶାଳା: ଆଜି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଧର୍ମଶାଳାରେ ହାଇଭୋଲଟେଜ୍ ମୁକାବିଲା ଖେଳାଯିବ ଉଭୟ ଦଳ କ୍ରମାଗତ ନିଜର ପଞ୍ଚମ ବିଜୟ ହାସଲ କରି ସେମି ଫାଇନାଲ୍ ଦୌଡ଼ରେ ନିଜର ସ୍ଥାନ ମଜବୁତ କରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବେ। ଧର୍ମଶାଳାରେ ଭାରତର ମିଶ୍ରିତ ପ୍ରଦର୍ଶନ ରହିଛି।
ଏଠାରେ ଭାରତ ଏ ପର୍ଯ୍ୟନ୍ତ ୪ଟି ଦିନିକିଆ ମ୍ୟାଚ୍ ଖେଳି ଦୁଇଟି ଜିତିଥିବା ବେଳେ ଦୁଇଟି ହାରିଛି। ୨୦୧୬ରେ ଭାରତ ଏଠାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ଖେଳିଥିଲା। ଉକ୍ତ ମୁକାବିଲାକୁ ଭାରତ ୬ ଓ୍ଵିକେଟରେ ଜିତି ନେଇଥିଲା। ଏହି ବିଜୟ ଭାରତର ମନୋବଳ ବଢାଇବ। ହେଲେ ବିଶ୍ଵକପରେ ଭାରତ ଉପରେ ନ୍ୟୁଜିଲାଣ୍ଡର ଦବଦବା ରହିଛି।

ଧର୍ମଶାଳା ମଇଦାନରେ ୭ଟି ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳାଯାଇଛି। ଏଥିରୁ ୩ଟି ମ୍ୟାଚ୍ ପ୍ରଥମେ ବ୍ୟାଟିଂ କରିଥିବା ଦଳ ଜିତିଥିବା ବେଳେ ଦ୍ଵିତୀୟରେ ବ୍ୟାଟିଂ କରିଥିବା ଦଳ ୪ଟି ମ୍ୟାଚ୍ ଜିତିଛି। ତେଣୁ ଏଠରେ ବିଜୟ ଲକ୍ଷ୍ୟ ପିଛା କରିବା ଦଳକୁ ସୁହାଇଥାଏ। କାରଣ ରାତିରେ ଏଠାରେ କାକର ପଡ଼ିଥାଏ, ଫଳରେ ଏହା ସ୍ପିନ ବୋଲରଙ୍କୁ ବୋଲିଂ କରିବାରେ ସମସ୍ୟା ପକାଇଥାଏ। ଏହି କାରଣରୁ ଯେଉଁ ଦଳ ଟସ୍ ଜିତିବ ସେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇ ପାରନ୍ତି।

ଧର୍ମଶାଳାରେ ଅଦ୍ୟାବଧି ଖେଳାଯାଇଥିବା ସମସ୍ତ ମ୍ୟାଚରେ ଦ୍ରୁତ ବୋଲରଙ୍କୁ ବେଶ ଫାଇଦା ମିଳିଛି। ଏଠାରେ ପ୍ରଥମେ ବ୍ୟାଟିଂ କରୁଥିବା ଦଳର ହାରାହାରି ସ୍କୋର ହେଉଛି ୨୦୩ ରନ। ଗତ ମ୍ୟାଚରେ ନେଦରଲ୍ୟାଣ୍ଡ୍ସ ଦକ୍ଷିଣ ଆଫ୍ରିକାକୁ ହରାଇ ବିପର୍ଯ୍ୟୟ ସୃଷ୍ଟି କରିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ