Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଶ୍ଵକପ୍ ୨୦୨୩ରେ ସମସ୍ତ ୧୫ ଖେଳାଳିଙ୍କୁ ମିଳିଲା ସୁଯୋଗ, ଆଜି ଖେଳୁଛନ୍ତି ସୂର୍ଯ୍ୟ ଓ ଶାମି

ଧର୍ମଶାଳା: ଆଜି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଧର୍ମଶାଳାରେ ହାଇଭୋଲଟେଜ୍ ମୁକାବିଲା ଖେଳାଯିବ ଉଭୟ ଦଳ କ୍ରମାଗତ ନିଜର ପଞ୍ଚମ ବିଜୟ ହାସଲ କରି ସେମି ଫାଇନାଲ୍ ଦୌଡ଼ରେ ନିଜର ସ୍ଥାନ ମଜବୁତ କରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବେ। ଧର୍ମଶାଳାରେ ଭାରତର ମିଶ୍ରିତ ପ୍ରଦର୍ଶନ ରହିଛି। ଆଜିର ମ୍ୟାଚରେ ଭାରତ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଭାରତୀୟ ଦଳ ଦୁଇଟି ପରିବର୍ତ୍ତନ ସହ ପଡ଼ିଆକୁ ଓହ୍ଲାଉଛି।

ଅଧିନାୟକ ରୋହିତ ଶର୍ମା କହିଛନ୍ତି, ହାର୍ଦ୍ଦିକ ପାଣ୍ଡ୍ୟା ଓ ଶାର୍ଦ୍ଦୁଳ ଠାକୁର ଆଜିର ମ୍ୟାଚ୍ ଖେଳୁ ନାହାନ୍ତି। ତାଙ୍କ ସ୍ଥାନରେ ସୂର୍ଯ୍ୟକୁମାର ଯାଦବ ଓ ମହମ୍ମଦ ଶାମି ଖେଳୁଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ବାଂଲାଦେଶ ବିପକ୍ଷ ମୁକାବିଲାରେ ଆହତ ହୋଇଥିଲେ। ଅନ୍ୟପଟେ ଦଳ କମ୍ବିନେସନକୁ ଦୃଷ୍ଟିରେ ରଖି ଶାର୍ଦ୍ଦୁଳ ଠାକୁରଙ୍କୁ ବାହାରେ ବସାଇବାକୁ ପଡ଼ିଛି। ଏଥିସହ ୨୦୨୩ ବିଶ୍ଵକପରେ ସମସ୍ତ ଖେଳାଳିଙ୍କୁ ଅତି କମରେ ଗୋଟିଏ ମ୍ୟାଚ୍ ଖେଳିବାକୁ ସୁଯୋଗ ମିଳିଛି। ମହମ୍ମଦ ଶାମି ଓ ସୂର୍ଯ୍ୟକୁମାର ଯାଦବ ଚଳିତ ବିଶ୍ଵକପରେ ନିଜର ପ୍ରଥମ ମ୍ୟାଚ୍ ଖେଳୁଛନ୍ତି।

ଆଜି ୧୧ ଖେଳାଳି ବ୍ୟତୀତ ଅନ୍ୟ ୪ ଖେଳାଳି ହେଉଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା, ଶାର୍ଦ୍ଦୁଳ ଠାକୁର, ଇଶାନ କିଷନ ଓ ଆର ଅଶ୍ଵିନ। ଆର ଅଶ୍ଵିନଙ୍କୁ ପ୍ରଥମ ମ୍ୟାଚରେ ଖେଳିବାକୁ ସୁଯୋଗ ମିଳିଥିବା ବେଳେ ଇଶାନ ପ୍ରଥମ ଦୁଇଟି ମ୍ୟାଚ୍ ଖେଳିଥିଲେ। ଅନ୍ୟପଟେ ଶାର୍ଦ୍ଦୁଳ ଠାକୁର ପରବର୍ତ୍ତୀ ୩ଟି ମ୍ୟାଚ୍ ଖେଳିଛନ୍ତି। ଆଉ ସୂର୍ଯ୍ୟ ଓ ଶାମିଙ୍କୁ ଆଜି ସୁଯୋଗ ମିଳିଛି।

ଭାରତର ଚୂଡାନ୍ତ ଏକାଦଶ
ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ୍, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ(ଓ୍ଵିକେଟ୍ କିପର), ସୂର‌୍ୟ୍ୟକୁମାର ଯାଦବ, ରବୀନ୍ଦ୍ର ଜାଡ଼େଜା, କୁଲଦୀପ ଯାଦବ, ଯଶପ୍ରୀତ ବୁମରା, ମହମ୍ମଦ ଶାମି ଓ ମହମ୍ମଦ ସିରାଜ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ