ଭି.କେ ପାଣ୍ଡିଆନଙ୍କ ସ୍ବେଚ୍ଛାକୃତ ଅବସର


ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭାବରେ କାର୍ଯ୍ୟ କରୁଥିବା 2000 ବ୍ୟାଚ୍ ଓଡିଶା କ୍ୟାଡର ଆଇଏଏସ୍ ଅଧିକାରୀ ଭି.କେ ପାଣ୍ଡିଆନଙ୍କ ସ୍ବେଚ୍ଛାକୃତ ଅବସରକୁ କେନ୍ଦ୍ର ଅନୁମୋଦନ କରିଛି।

ପର୍ସନାଲ ଏବଂ ଟ୍ରେନିଂ ବିଭାଗ ଏ ସମ୍ପର୍କରେ ଓଡିଶାର ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କ ନିକଟକୁ ଯୋଗାଯୋଗ ପଠାଇଛି।