Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୧୫ ତମ ଆଦିବାସୀ ଭାବ ବିନିମୟ କାର୍ଯ୍ୟକ୍ରମ ପାଇଁ କନ୍ଧମାଳରୁ ୪୦ ଜଣଙ୍କ ଲକ୍ଷ୍ନୌ ଅଭିମୁଖେ ଯାତ୍ରା

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫୁଲବାଣୀ ଆଇଟିଡିଏ ସମ୍ମିଳନୀ କକ୍ଷ ଠାରେ ଫୁଲବାଣୀ ସ୍ଥିତ ନେହରୁ ଯୁବ କେନ୍ଦ୍ର ତରଫରୁ ୧୫ ତମ ଯୁବ ଆଦିବାସୀ ଭାବ ବିନିମୟ କାର୍ଯ୍ୟକ୍ରମ ପାଇଁ କନ୍ଧମାଳ ଦଳ ଲକ୍ଷ୍ନୌ ଅଭିମୁଖେ ଯାଉଥ‌ିବା ଯୁବକ ଯୁବତୀ ଙ୍କୁ ଉତ୍ସାହିତ କରିବା ସହ ସଠିକ ମାର୍ଗ ଦର୍ଶନ ପାଇଁ ଏକ କାର୍ଯକ୍ରମ ଆୟୋଜିତ ହୋଇଥିଲା l ଏଥିରେ ମୂଖ୍ୟ ଅତିଥି ଭାବରେ ପିଏ.ଆଇଟିଡିଏ ପ୍ରବୀଣ କୁମାର୍ ବାଣୁଆ ଯୋଗ ଦେଇଥ‌ିବା ବେଳେ ସମ୍ମାନିତ ଅତିଥି ଭାବେ ସିଆରପିଏଫ ଇନ୍ସପେକଟର ଶ୍ୟାମ ସୁନ୍ଦର ଖୁଲୋ,ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ଯୁବ ଅଧିକାରୀ ନଵନୀତ କୁମାର, ସହକର୍ମୀ ସତ୍ୟବାନ ଦଳ ବେହେରା ପ୍ରମୁଖ ଯୋଗ ଦେଇ ଅନୁଷ୍ଠିତ କାର୍ଯକ୍ରମ ବିଷୟରେ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିବା ସହ ମାର୍ଗ ଦର୍ଶନ କରିଥିଲେ। ଲକ୍ଷ୍ନୌ ଠାରେ ଅନୁଷ୍ଠିତ ହେଉଥ‌ିବା ଏହି କାର୍ଯକ୍ରମ ପାଇଁ କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକରୁ ୨୦ ଜଣ ଓ ବାଲିଗୁଡ଼ା ବ୍ଲକ ରୁ ୨୦ ଜଣ ଆଦିବାସୀ ଯୁବକ ଯୁବତୀ ଙ୍କ ସହ ବାଲିଗୁଡା ୧୨୭ ସିଆରପିଏଫ ବାଟାଲିୟନ ତରଫରୁ ରାମ କୁମାର୍ ଶର୍ମା, ବି ଗୌରୀ ଶଙ୍କର, ବିଳାସ ପଣ୍ଡା, ଏସ.କେ.ହସୀନା ବେଲ ପ୍ରମୁଖ ଯାତ୍ରା କରିଥିଲେ l ଏହି କାର୍ଯ୍ୟକ୍ରମ ଲକ୍ଷ୍ନୌ ଠାରେ ଚଳିତ ମାସ ୨୭ ତାରିଖ ଠାରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ | ମୂଖ୍ୟ ଅତିଥି ଶ୍ରୀ ବାଣୁଆ ଅନୁଷ୍ଠିତ କାର୍ଯକ୍ରମର ମୁଖ୍ୟ ଲକ୍ଷ୍ୟ ଉଦ୍ଦେଶ୍ୟ ବିଷୟରେ ଉପସ୍ଥିତ ଥିବା ଭାଇ ଓ ଭଉଣୀ ମାନଙ୍କୁ ଅବଗତ କରିଥିଲେ। ବୈଠକରେ ଫୁଲବାଣୀ ନେହରୁ ଯୁବ କେନ୍ଦ୍ରର ସହକର୍ମୀ ସତ୍ୟବାନ ଦଳବେହେରା ଉପସ୍ଥିତ ଥିବା ଅତିଥି ଓ ପ୍ରତିଯୋଗୀ ମାନଙ୍କୁ ସ୍ବାଗତ ଦେବା ସହ ଧନ୍ୟବାଦ ଅର୍ପଣ କରିଥିଲେ l