Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅବସରପ୍ରାପ୍ତ ହାବିଲଦାରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ପରିବାର ପକ୍ଷରୁ ହତ୍ୟା ଅଭିଯୋଗ

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ରୁଜାଙ୍ଗି ଅଞ୍ଚଳରେ ଗୁରୁବାର ଜଣେ ଅବସରପ୍ରାପ୍ତ ହାବିଲଦାରଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତ୍ୟୁର କାରଣ ଜଣାପଡି ନ ଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତକ ଜଣକ ହେଲେ ରୁଜାଙ୍ଗି ଗ୍ରାମର ପୀତବାସ ଦିଗାଲ(୬୧)। ସେ ଗତବର୍ଷ ହାବିଲଦାର ଭାବେ ଚାକିରୀରୁ ଅବସର ନେଇଥିଲେ।ସୂଚନା ଅନୁଯାୟୀ, ପୀତବାସଙ୍କର ପୁଅ ସହିତ କୌଣସି କଥାକୁ ନେଇ ମତାନ୍ତର ହେବା ପରେ ସେ ଘରୁ ଚାଲିଯାଇ ଆଉ ଫେରି ନଥିଲେ। ଘରଲୋକେ ଖୋଜାଖୋଜି କରି ନ ପାଇବାରୁ ସଦର ଥାନାରେ ଏତଲା ଦେଇଥିଲେ। ଗୁରୁବାର ସକାଳୁ ଗାଁ ନିକଟସ୍ଥ ଜଙ୍ଗଲରେ ଏକ ଗଛରେ ତାଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା। ସଦର ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା।