Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୃଷି ଉତ୍ପାଦକ ସଂଗଠନର ତିନି ଦିନିଆ ତାଲିମ୍‌‌ ଶିବିର ଉଦଯାପିତ

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ କୃଷି ବିଭାଗ ତରଫରୁ ଏକ ତିନିଦିନିଆ ବିଜିନେସ୍‌‌ ଡେଭଲେପମେଣ୍ଟ ପ୍ଲାନ୍‌‌ ଶୀର୍ଷକ ତାଲିମ୍‌‌ ବନ୍ଧଗଡ଼ ତାଲିମ୍‌‌ କେନ୍ଦ୍ରରେ ତିନି ଦିନ ଧରି ଆୟୋଜିତ ହେବା ପରେ ଉଦଯାପିତ ହୋଇଯାଇଛି। ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ପକ୍ଷରୁ ଆୟୋଜିତ ଏହି ତାଲିମ୍‌‌ ଶିବିରରେ ସମନ୍ୱିତ କୃଷି ଓ ମାଣ୍ଡିଆ କାର୍ଯ୍ୟକ୍ରମର ୫୦ ରୁ ଊର୍ଦ୍ଧ୍ବ କୃଷି ଉତ୍ପାଦକ ସଂଗଠନର ଟିକାବାଲି ଓ ରାଇକିଆ ବ୍ଲକର ମହିଳା ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସ୍ୱାତୀର ସମ୍ପାଦକ ଇଂ. ହରିଶଙ୍କର ରାଉତ, ବରିଷ୍ଠ କର୍ମୀ ଗିରିଶ ଚନ୍ଦ୍ର ସାମଲ ପ୍ରମୁଖ ଯୋଗ ଦେଇ ରାଇକିଆ ବ୍ଲକରେ ମାଣ୍ଡିଆ ଚାଷକୁ ଆଦୃତ କରିବାରେ ଅନୁଷ୍ଠାନର ଭୂମିକାକୁ ଉପସ୍ଥାପନା କରି ସମସ୍ତଙ୍କ ସହଯୋଗ କାମନା କରିଥିଲେ। ତାଲିମ୍‌‌ଦାତା ଭାବେ ଆନ୍ତର୍ଜାତୀୟ ଶ୍ରମ ଅନୁଷ୍ଠାନ ତରଫରୁ ନିହାର ରଞ୍ଜନ ଓଝା ଓ ମନୋଜ କୁମାର ପଟ୍ଟନାୟକ ତାଲିମ୍‌‌ ମାଧ୍ୟମରେ କୃଷି ଉତ୍ପାଦନ ଗୋଷ୍ଠି ଓ ସ୍ୱୟଂସହାୟକ ଦଳର ମହିଳା ମାନଙ୍କୁ ବ୍ୟବସାୟ କରିବାର ବିଭିନ୍ନ ଉପାୟ ଓ ସରକାରଙ୍କ ସୁବିଧା ସୁଯୋଗକୁ ଯୋଡିବାକୁ ଚେଷ୍ଟା କରିଥିଲେ।