Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ୟୁପିଆଇ ୟୁଜର୍ସଙ୍କୁ ଝଟ୍‌କା; ଏଣିକି ୨୦୦୦ରୁ ଅଧିକ ଟ୍ରାଞ୍ଜାକ୍ସନ କଲେ ଲାଗିବ ଚାର୍ଜ

ନୂଆଦିଲ୍ଲୀ: ୟୁପିଆଇ ୟୁଜର୍ସଙ୍କୁ ବଡ଼ ଝଟ୍‌କା। ୟୁପିଆଇ ଟ୍ରାଞ୍ଜାକ୍ସନରେ ହେଲା ବଡ଼ ପରିବର୍ତ୍ତନ। ଏଣିକି ୨୦୦୦ରୁ ଅଧିକ ପେମେଣ୍ଟ ଟ୍ରାଞ୍ଜାକ୍ସନ କଲେ ଗଣିବେ ଅଧିକ ଟଙ୍କା। କମ୍ପାନୀ ପାଇଁ ଏହା ଆଶ୍ବସ୍ତିକର ଖବର ହୋଇଥିବା ବେଳେ ୟୁପିଆଇ ବ୍ୟବହାରକାରୀଙ୍କ ପାଇଁ ଏହା ମୁଣ୍ଡ ବ୍ୟଥାର କାରଣ ହୋଇଛି।

ଦୈନନ୍ଦିନ ଜୀବନରେ ଅନେକ ଲୋକ ୟୁପିଆଇର ବ୍ୟବହାର ବହୁଳ ମାତ୍ରାରେ କରୁଥିବା ବେଳେ ଏହି ପରିବର୍ତ୍ତନର ପ୍ରଭାବ ସିଧାସଳଖ ଲୋକଙ୍କ ପକେଟ୍‌ ଉପରେ ପଡ଼ିଛି। ଏପ୍ରିଲ ପହିଲାରୁ ୟୁପିଆଇ ଟ୍ରାଞ୍ଜାକ୍ସନରେ ଏହି ନିୟମ ଲାଗୁ ହେବ। ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍‌ ଅଫ୍‌ ଇଣ୍ଡିଆ ପକ୍ଷରୁ ୟୁପିଆଇ ପେମେଣ୍ଟକୁ ନେଇ ଏକ ବିବୃତ୍ତି ଜାରି କରାଯାଇଛି।

ପେମେଣ୍ଟ ଟ୍ରାଞ୍ଜାକ୍ସନ ବେଳେ ୨୦୦୦ରୁ ଅଧିକ ପେମେଣ୍ଟ ଟ୍ରାଞ୍ଜାକ୍ସନ କଲେ ଲାଗିବ ପିପିଆଇ ଚାର୍ଜ। ଏହି ପିପିଆଇ ଚାର୍ଜ ହେଉଛି ଏକ ପ୍ରକାର ଅତିରିକ୍ତ ଚାର୍ଜ। ଏହି ଚାର୍ଜ କେବଳ ବ୍ୟବସାୟିକ ପେମେଣ୍ଟ କରୁଥିବା ୟୁଜର୍ସଙ୍କୁ ଦେବାକୁ ପଡ଼ିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ