Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସେନାର ତଥ୍ୟ ଲିକ୍ କରୁଥିଲେ ମେଜର, ଚାକିରିରୁ ବିଦା କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଜାତୀୟ ସୁରକ୍ଷାକୁ ବିପଦରେ ପକାଇଥିବା ସେନାର ଜଣେ ଅଧିକାରୀଙ୍କ ବିରୋଧରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଖବର ଅନୁଯାୟୀ ଗତ ମାସରୁ ହିଁ ରାଷ୍ଟ୍ରପତି ଜଣେ ମେଜରଙ୍କୁ ଚାକିରିରୁ ବିଦା କରିଛନ୍ତି। ଅଧିକାରୀଙ୍କ ବିରୋଧରେ ଏହି ଦୃଢ କାର୍ଯ୍ୟାନୁଷ୍ଠାନ ଲମ୍ବା ସମୟ ଧରି ତଦନ୍ତ ପରେ ନିଆଯାଇଛି। କୁହାଯାଉଛି, ସାମାଜିକ ଗଣମାଧ୍ୟମ ଜରିଆରେ ମେଜର ଜଣକ ପାକିସ୍ତାନରେ କାହା ସହ ସଂପର୍କରେ ଥିଲା।

ଅବସର ନେବା ପୂର୍ବରୁ ମେଜର ଜଣକ ଷ୍ଟ୍ରାଟେଜିକ ଫୋର୍ସେସ୍ କମାଣ୍ଡ(ଏସଏଫସି)ର ୟୁନିଟରେ କାମ କରୁଥିଲେ। ଜଣେ ଅଧିକାରୀ କହିଛନ୍ତି, ଗତ ବର୍ଷ ମେଜରଙ୍କ ବିରୋଧରେ ତଦନ୍ତ ପାଇଁ ଏସଏଫସି ବୋର୍ଡ ଗଠନ କରିଥିଲା। ଏଥିରେ ଅନେକ ବଡ଼ ଅଧିକାରୀ ସାମିଲ୍ ଥିଲେ। ଭାରତର ପରମାଣୁ ଶସ୍ତ୍ରାଗାରର ଦାୟିତ୍ଵରେ ଥିବା କମାଣ୍ଡର ଇନ ଚିଫ ବୋର୍ଡର ପ୍ରମୁଖ ଥିଲେ।

ଯାଞ୍ଚ ସମୟରେ ବୋର୍ଡର ଅଧିକାରୀଙ୍କୁ ମେଜରଙ୍କ ସମସ୍ତ ଡିଜିଟାଲ୍ ଡିଭାଇସକୁ ଜବର କରିବାକୁ ଅଧିକାର ପ୍ରଦାନ କରାଯାଇଥିଲା। ଗୋପନୀୟ ତଥ୍ୟ ଲିକ୍ କରିବା, ସାମାଜିକ ଗଣମାଧ୍ୟମ ନିୟମର ଉଲ୍ଲଂଘନ କରିବା ସମେତ ଅନ୍ୟ ସୁରକ୍ଷା ସଂପର୍କିତ ଯାଞ୍ଚର ମଧ୍ୟ ଆଦେଶ ଦିଆଯାଇଥିଲା।
ଅଧିକାରୀ କହିଛନ୍ତି, ମେଜରଙ୍କ ନିକଟରୁ ଅନେକ ଗୋପନୀୟ ଦସ୍ତାବିଜ ମିଳିଥିଲା, ଯାହାକୁ ସେ ନିଜର ଡିଭାଇସରେ ରଖିଥିଲେ। ଏହା ସଶସ୍ତ୍ର ବଳର ନିୟମର ଉଲ୍ଲଂଘନ। ଏହା ସହିତ ସେ ପାକିସ୍ତାନୀ ଗୁଇନ୍ଦା ବ୍ୟବସ୍ଥାର କୌଣସି ବ୍ୟକ୍ତିଙ୍କ ସହିତ ସାମାଜିକ ଗଣମାଧ୍ୟମରେ ଯୋଗାଯୋଗରେ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ