Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସିର୍ଲିଗୁଡା ଦଶହରା ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଯୋଗଦେଲେ କଳାହାଣ୍ଡି ସାଂସଦ।

କୋକସରା:୦୧/୧୧ କୋକସରା ବ୍ଲକ ଗମ୍ଭାରୀଗୁଡା ପଞ୍ଚାୟତ ସିର୍ଲିଗୁଡା ଗ୍ରାମରେ ମା ଲଙ୍କେଶ୍ୱରୀ ଙ୍କ ଦଶହରା ଓ ଜଂହି ଓଷା ପର୍ଵ ଅବସର ରେ ମଙ୍ଗଳବାର ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ସମ୍ମାନିତ ଅତିଥି ଭାବେ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ସୁଧୀର ରଞ୍ଜନ ପାଟଯୋଶୀ, ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସଭାପତି ବିଜୟଦେଵ ସାହୁ, ସ୍ଥାନୀୟ ସରପଞ୍ଚ ଇଶ ରାମ ସୁନାନୀ, ବିଜେପି ନେତା ନରେନ୍ଦ୍ର ପ୍ରଧାନୀ ପ୍ରମୁଖ ଯୋଗଦେଇ ମା ଲଙ୍କେଶ୍ୱରୀ ଙ୍କ ଦଶହରା ଓ ଜଂହି ଓଷା ଉପଲକ୍ଷେ ଗ୍ରାମବାସୀ ଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହି ଅବସର ରେ ବିଭିନ୍ନ ଅଞ୍ଚଳ ର ରେକର୍ଡ ଡ୍ୟାନ୍ସ କଳାକାର ମାନେ ରଙ୍ଗାରଙ୍ଗ ନୃତ୍ୟ ପରିବେଷଣ କରିଥିଲେ। ପ୍ରତିଯୋଗିତାରେ ବିଚାରକ ଭାବେ ମୋହନ ବାଗ, ପର୍ଶୁରାମ ନାଗ, ଗୌରୀ ଖରସେଲ,ମୁକ୍ତେଶ୍ଵର ପୁଞ୍ଜି ରହିଥିଲେ।କାର୍ଯ୍ୟକ୍ରମ କୁ ମଞ୍ଚ ପରିଚାଳନା ବସନ୍ତ ନାଗ କରିଥିବା ବେଳେ ଭଜନ ନାଗ, ଚନ୍ଦ୍ରଶେଖର ନାଗ, ଭୂଷଣ ମହାନନ୍ଦ, ଗୌତମ ନାଏକ, ସୁରେନ୍ଦ୍ର ନାଗ, ଲାଲସିଂ ଭାଟି, ଧନବଲ ନାଏକ, ପୁସ୍ତମ ନାଗ, ଧନୁରାମ ନାଗ ସହଯୋଗ କରିଥିଲେ।