Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭୋଟର ତାଲିକାର ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ଅଭିଯାନ-୨୦୨୪ : ବାଲିଗୁଡା ଉପଖଣ୍ଡ ପ୍ରଶାସନ ଦ୍ବାରା ଭୋଟର ସଚେତନତା କାର୍ଯ୍ୟକ୍ରମ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡିଶାଙ୍କ ନିର୍ଦ୍ଦେଶ କ୍ରମେ ଆରମ୍ଭ ହୋଇଥିବା ଭୋଟର ତାଲିକାର ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ଅଭିଯାନ- ୨୦୨୪ ଅବସର ରେ ନିର୍ବାଚନ ଅଧିକାରୀ ତଥା ସ୍ଥାନୀୟ ଉପଜିଲ୍ଲାପାଳ ଶ୍ରୀମତୀ ମଧୁମିତଙ୍କ ନେତୃତ୍ବରେ ଯୁବ ଭୋଟରଙ୍କୁ ସଚେତନ କରିବା ସହିତ ସେମାନଙ୍କ ମଧ୍ୟରେ ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରଜ୍ବଳିତ କରିବା ନିମନ୍ତେ ଉପଖଣ୍ଡ ପ୍ରଶାସନ ଦ୍ବାରା ଶୁକ୍ରବାର ବିଭିନ୍ନ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଇଛି । ଏହି ପରିପ୍ରେକ୍ଷୀରେ ସହାୟକ ଜିଲ୍ଲାପାଳ ରୂପକ କୁଜର ଏବଂ ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ପ୍ରହଲ୍ଲାଦ ଖୋସ୍ଲା ସ୍ଥାନୀୟ ବନବାସୀ ସେବା ସମିତି ଦ୍ବାରା ପରିଚାଳିତ “ରେଡ଼ିଓ ମହକ” ଜରିଆରେ ସଚେତନତା ବାର୍ତ୍ତା ଦେଇ ଭୋଟରଙ୍କୁ ସଚେତନ କରିଛନ୍ତି । ସହାୟକ ଜିଲ୍ଲାପାଳ ରୂପକ କୁଜର ଏକ ସଚେତନତା ରଥର ଶୁଉଦଘାଟନ କରିଛନ୍ତି । ଯାହା ବିଭିନ୍ନ ସଚେତନାତ୍ମକ ତଥ୍ୟର ନାରା ଦେଇ ଆଗାମୀ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ବାଲିଗୁଡା ଉପଖଣ୍ଡର ସମସ୍ତ ଗ୍ରାମକୁ ବୁଲି ଭୋଟରଙ୍କୁ ସଚେତନ କରିବ । ଉକ୍ତ ସଚେତନତା ରଥର ଉଦଘାଟନୀ କାର୍ଯ୍ୟକ୍ରମରେ ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀଙ୍କ ସମେତ ଉପଜିଲ୍ଲାପାଳ କାର୍ଯ୍ୟଳୟର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଏତଦବ୍ୟତୀତ ଉପଖଣ୍ଡ ପ୍ରଶାସନ ଦ୍ବାରା ସ୍ଥାନୀୟ ଆଦିବାସୀ ମହାବିଦ୍ୟାଳୟ ଠାରେ ଏକ ସଚେତନାତ୍ମକ ବୈଠକ ଆୟୋଜନ କରାଯାଇଥିଲା । ଉକ୍ତ ବୈଠକରେ ସହାୟକ ଜିଲ୍ଲାପାଳ ରୂପକ କୁଜର, ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ପ୍ରହଲ୍ଲାଦ ଖୋସ୍ଲା, ମହାବିଦ୍ୟାଳୟର ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସିଙ୍କ ସମେତ ସୁଶାନ୍ତ କୁମାର ଦାସ, ଉପକାର ଦିଗାଳ, ଅଭିମନ୍ୟୁ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ମତଦାନର ମହତ୍ଵ ଏବଂ ଦେଶ ଗଠନରେ ଯୁବ ଭୋଟରଙ୍କ ଅବଦାନ, ଭୋଟର ତାଲିକାରେ ନାମ ପଞ୍ଜିକରଣ, ସଂଶୋଧନ, ଅପସାରଣ ଏବଂ ସ୍ଥାନାନ୍ତରଣ ଆଦି ପ୍ରକ୍ରିୟା ବିଷୟରେ ସଚେତନ କରିଥିଲେ ।