Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାମନବମୀ ଅବସରରେ ପର୍ଯ୍ୟଟକଙ୍କୁ ଭେଟି; ଅଯୋଧ୍ୟାରୁ ଆରମ୍ଭ ହେଲା ହେଲିକପ୍ଟର ସେବା

ଅଯୋଧ୍ୟା: ଆଜି ପବିତ୍ର ରାମନବମୀ ଉପଲକ୍ଷେ ଅଯୋଧ୍ୟାରେ ଆରମ୍ଭ ହୋଇଛି ହେଲିକପ୍ଟର ସେବା। ଉତ୍ତରପ୍ରଦେଶ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ହେଲିକପ୍ଟର ସେବା ଆରମ୍ଭ କରାଯାଇଛି। ରାମନବମୀ ଉପଲକ୍ଷେ ପର୍ଯ୍ୟଟକଙ୍କୁ ନେଇ ଅଯୋଧ୍ୟା ଧାମ ପରିଦର୍ଶନ ନିମନ୍ତେ ପ୍ରଥମ ଉଡାଣ ଭରିଛି। ଆକାଶମାର୍ଗରୁ ଭକ୍ତମାନେ ନିର୍ମାଣଧୀନ ମନ୍ଦିରକୁ ଦେଖିପାରିବେ। କେବଳ ସେତିକି ନୁହେଁ ହେଲିକପ୍ଟରରେ ବସି ଶ୍ରଦ୍ଧାଳୁ ସମଗ୍ର ଅଯୋଧ୍ୟା ସହରର ମନୋରମ ଦୃଶ୍ୟକୁ ଉପଭୋଗ କରିପାରିବେ। ଆସନ୍ତା ୧୫ ଦିନ ପର୍ଯ୍ୟନ୍ତ ଏହି ହେଲିକପ୍ଟର ସେବା ଜାରି ରହିବ। 

ଏହି ହେଲିକପ୍ଟରରେ ସମୁଦାୟ ୭ ଜଣ ଲୋକ ବସି ଯାତ୍ରା କରିପାରିବେ। ଗୋଟିଏ ଥରରେ ୮ ମିନିଟ୍‌ର ଯାତ୍ରା କରି ହେବ । ଏଥିପାଇଁ ପ୍ରତ୍ୟେକ ଭକ୍ତଙ୍କୁ ୩୦୦୦ ଟଙ୍କା ଦେବାକୁ ପଡିବ। ହେଲିକପ୍ଟର ମାଧ୍ୟମରେ ସରଜୁ ନଦୀ, ରାମ ଜନ୍ମଭୂମି ଏବଂ ଅଯୋଧ୍ୟାର ଅନ୍ୟ ମନ୍ଦିରଗୁଡିକୁ ଆକାଶରୁ ଦେଖିପାରିବେ। ଏହି ହେଲିକପ୍ଟର ସେବା ସକାଳ ୯ ଟାରୁ ରାତି ୬ ଟା ପର୍ଯ୍ୟନ୍ତ ଚାଲିବ। ଭିଡ଼କୁ ଦୃଷ୍ଟିରେ ରଖି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ।