Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

“ଆମ ଓଡ଼ିଶା ନବୀନ ଓଡ଼ିଶା” କାର୍ଯ୍ୟକ୍ରମକୁ ଦାରିଙ୍ଗବାଡି ବ୍ଲକ ର ସମସ୍ତ ସରପଞ୍ଚଙ୍କ ବର୍ଜନ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ିରେ ସୋମବାର ଆୟୋଜିତ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମକୁ ଦାରିଙ୍ଗବାଡି ବ୍ଲକର ସମସ୍ତ ସରପଞ୍ଚ ମାନେ ବର୍ଜନ କରିଛନ୍ତି। ଏହାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। କାର୍ଯ୍ୟକ୍ରମରେ ବ୍ଲକର ସମସ୍ତ ୨୫ ପଞ୍ଚାୟତ ପାଇଁ ରାଜ୍ୟ ସରକାର ୧୨.୫୦ ଲକ୍ଷ ଟଙ୍କା ଅନୁଦାନ ଘୋଷଣା କରିଥିବା ବେଳେ ଏହି ସମ୍ପର୍କରେ ସରପଞ୍ଚଙ୍କୁ ନ ଜଣାଇ ବ୍ଲକ କାର୍ଯ୍ୟାଳୟ ପକ୍ଷରୁ କାର୍ଯ୍ୟ କରାଯାଉଥିବା ସରପଞ୍ଚମାନେ ଅଭିଯୋଗ କରିଛନ୍ତି। ଜନପ୍ରତିନିଧିଙ୍କ ଅଭିଯୋଗ ମୁତାବକ, ରାଜ୍ୟ ସରପଞ୍ଚ ସଙ୍ଘ ପକ୍ଷରୁ ସେପ୍ଟେମ୍ବର ୧୫ ତାରିଖରେ ୧୫ ଦଫା ଦାବି ନେଇ ରାଜ୍ୟ ସରକାରଙ୍କୁ ଜଣାଇଥିଲେ। ତାହା ପୂରଣ ହୋଇପାରି ନାହିଁ। ଫଳରେ କାର୍ଯ୍ୟକ୍ରମ ବର୍ଜନ କଲୁ ବୋଲି ଦାରିଙ୍ଗବାଡି ବ୍ଲକ ସରପଞ୍ଚ ସଙ୍ଘ ସଦସ୍ୟ ତଥା ବୁଡ଼ାଗୁଡା ସରପଞ୍ଚ ତାତୁରା ପ୍ରଧାନ, କିରିକୁଟି ସରପଞ୍ଚ ଅଶୋକ ପ୍ରଧାନ, ଦାରିଙ୍ଗବାଡି ସରପଞ୍ଚ ଚନ୍ଦ୍ରିକା ମଲିକ, ବାଡାବାଙ୍ଗା ସରପଞ୍ଚ ପ୍ରସନ୍ନ ପ୍ରଧାନ ପ୍ରମୁଖ ପ୍ରକାଶ କରିଛନ୍ତି। ଏନେଇ ସରପଞ୍ଚଙ୍କ ପକ୍ଷରୁ ଦାରିଙ୍ଗବାଡି ବିଡ଼ିଓ ଗଦାଧର ପାତ୍ରଙ୍କୁ ଏକ ପତ୍ର ମାଧ୍ୟମରେ ଜଣାଇଛନ୍ତି। ଏନେଇ ବିଡ଼ିଓ ପାତ୍ରଙ୍କୁ ପଚାରିବାରୁ ସେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି।