Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ମାମଲା; ସପକ୍ଷରେ ବାହାରିଲା ଜର୍ମାନୀ

ନୂଆଦିଲ୍ଲୀ: ‘ମୋଦୀ ସର୍‌‌ନେମ୍‌’କୁ ନେଇ ବିବାଦୀୟ ମନ୍ତବ୍ୟ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ କରାଯାଇଥିଲା। ଏହାସହିତ ତାଙ୍କୁ ସରକାରୀ ବାସଭବନ ଖାଲି କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା। ଏହାକୁ ନେଇ ଏବେ ସବୁଠି ଚର୍ଚ୍ଚା ଲାଗିରହିଛି। ରାଜନୀତି ବେଶ୍ ସରଗରମ ହୋଇଛି। ବିରୋଧୀମାନେ ରାହୁଲଙ୍କ ସମର୍ଥନରେ ଚାରିଆଡେ ନାରାବାଜି କରୁଛନ୍ତି। ଏହି ପ୍ରସଙ୍ଗରେ ରହୁଲଙ୍କ ସପକ୍ଷରେ ବାହାରିଛି ଜର୍ମାନୀ। ଏହା ପୂର୍ବରୁ ଆମେରିକା ମଧ୍ୟ ରାହୁଲଙ୍କୁ ସମର୍ଥନରେ ମୁହଁ ଖୋଲିଥିଲା।  

ଏକ ସାମ୍ବାଦିକ ସମ୍ମିଳନୀରେ ଜର୍ମାନିର ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ରୀ ଆନ୍ନାଲେନା ବେର୍‌ବକ୍ କହିଛନ୍ତି, ଏହି ମାମଲାରେ ମୌଳିକ ଗଣତାନ୍ତ୍ରିକ ମୂଲ୍ୟବୋଧ ଲାଗୁ ହେବା ଆବଶ୍ୟକ। ରାହୁଲ ଗାନ୍ଧୀଙ୍କ ବିପକ୍ଷରେ ଦିଆଯାଇଥିବା ରାୟ ଏବଂ ତାଙ୍କ ସଂସଦ ପଦ ରଦ୍ଦ ପ୍ରସଙ୍ଗରେ ଆମେ ଅବଗତ ଅଛୁ। ରାହୁଲ ଗାନ୍ଧି ଏହି ମାମଲାରେ ଏହି ଅଦାଲତ ରାୟକୁ ଚାଲେଞ୍ଜ୍ କରିବା ପରେ ଯାଇ ଜଣାପଡ଼ିବ ଯେ, ଅଦାଲତଙ୍କର ଏହି ରାୟ କାଏମ ରହିବ କି, ନାହିଁ। ତାଙ୍କ ସାଂସଦ ପଦ ରଦ୍ଦ କରାଯିବା ଯୁକ୍ତିଯୁକ୍ତ କି ନୁହେଁ।