Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ରାମନବମୀରେ ଘଟିଲା ବଡ ଅଘଟଣ; ଦର୍ଶନ ବେଳେ କୂଅ ଭିତରକୁ ଖସିପଡ଼ିଲେ ୨୫ରୁ ଅଧିକ ଭକ୍ତ

ଇନ୍ଦୋର: ଆଜି ପବିତ୍ର ରାମନବମୀ ଅବସରରେ ଚାରିଆଡେ ଉତ୍ସବମୂଖର ହୋଇଛି ପରିବେଶ। ଲୋକେ ବେଶ୍‌ ଧୁମ୍‌ଧାମରେ ପାଳନ କରୁଛନ୍ତି ରାମନବମୀ। ଏଭଳି ଶୁଭ ଅବସରରେ ଘଟିଛି ବଡ ଦୁର୍ଘଟଣା। ଏହି ଦୁର୍ଘଟଣା ଘଟିଛି ମଧ୍ୟପ୍ରଦେଶ ଇନ୍ଦୋରଠାରେ। ଏକ କୂଅକାନ୍ଥରେ ବସି ରାମନବମୀ ଦେଖୁଥିଲାବେଳେ ଛାତ ଧସିଯାଇଛି । ୨୫ରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ କୂଅ ଭିତରେ ଗଳି ପଡିଛନ୍ତି। ଚାରି‌ଆଡେ ଖେଳିଯାଇଛି ଶୋକର ଛାୟା। ଖବର ପାଇ ସ୍ଥାନୀୟ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାମ ଜାରି ରଖିଛନ୍ତି। ଏବେ ପର୍ଯ୍ୟନ୍ତ ପ୍ରାୟ ୧୦ ଜଣଙ୍କୁ କୂଅରୁ ଉଦ୍ଧାର କରାଯାଇଛି।

ପଟେଲ ନଗର ନିକଟରେ ଥିବା ବେଲେଶ୍ୱର ମହାଦେବଙ୍କ ଝୁଲେଲାଲ ମନ୍ଦିର ନିକଟରେ ଏକ ବଡ କୂଅ ରହିଛି। ଏହି କୂଅ ଉପରେ ଚଢି ଭକ୍ତମାନେ ଶ୍ରୀରାମଙ୍କ ଦର୍ଶନ କରୁଥିବା ବେଳେ କୁଅର କାନ୍ଥ ଭାଙ୍ଗି ଯାଇଥିଲା। ଫଳରେ ୨୫ରୁ ଅଧିକ ଭକ୍ତ କୁଅ ଭିତରକୁ ଖସି ପଡିଥିଲେ । କୂଅର ଗଭୀରତା ପ୍ରାୟ ୫୦ରୁ ୬୦ ଫୁଟ ଥିଲା। ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।