ବଢିଲା ରାହୁଲଙ୍କ ଅଡୁଆ; ମାନହାନି ମାମଲାରେ କୋର୍ଟ ନୋଟିସ୍
 
        ନୂଆଦିଲ୍ଲୀ: ପୁଣି ଅଡୁଆରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ପାଟନା ସାଂସଦ-ବିଧାୟକ କୋର୍ଟ “ମୋଦୀ ସର୍ନେମ୍” ଉପରେ ବିବାଦୀୟ ବୟାନ ଦେଇଥିବା ଆଧାରରେ କୋର୍ଟ ରାହୁଲଙ୍କୁ ଏପ୍ରିଲ ୧୨ରେ ହାଜର ହେବାକୁ ନୋଟିସ୍ କରିଛନ୍ତି କୋର୍ଟ। ୨୦୧୯ରେ ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ସଭା ସଦସ୍ୟ ସୁଶୀଲ କୁମାର ମୋଦି ଏମ୍ପି-ବିଧାୟକ କୋର୍ଟର ସ୍ୱତନ୍ତ୍ର ବିଚାରପତିଙ୍କ ନିକଟରେ ଆବେଦନ କରିଥିଲେ। ଆବେଦନ ଉପରେ ରାହୁଲଙ୍କୁ ତାଙ୍କ ବିବୃତ୍ତି ରେକର୍ଡ କରିବାକୁ ଡକାଯାଇଛି।
ମୋଦୀ ସର୍ନେମ୍ ଥିବା ଲୋକଙ୍କ ବିରୋଧରେ ବିବୃତ୍ତି ଦେଇଥିବାରୁ ସୁଶୀଲ ମୋଦୀ ରାହୁଲଙ୍କ ବିରୋଧରେ ଅପରାଧିକ ମାନହାନି ମକଦ୍ଦମା ଦାୟର କରିଛନ୍ତି।
ସୂଚନା ଥାଉ କି, କର୍ଣ୍ଣାଟକରେ ୨୦୧୯ ଲୋକସଭା ନିର୍ବାଚନ ପ୍ରଚାର ସମୟରେ ରାହୁଲ ଗାନ୍ଧୀ ଏକ ବିବାଦୀୟ ବୟାନ ଦେଇଥିଲେ। ସେ କହିଥିଲେ ଯେ ମୋଦୀ ସର୍ନେମ୍ ଥିବା ସମସ୍ତ ଲୋକ ଚୋର। ଏଥିସହ ସେ କହିଥିଲେ ଯେ ନିରବ ମୋଦୀ ଏବଂ ଲଲିତ ମୋଦୀ ହଜାର ହଜାର କୋଟି ଟଙ୍କା ନେଇ ଦେଶ ଛାଡି ପଳାଇଛନ୍ତି।

 
                        
 
                                 
                                 
                                 
                                 
                                