Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ମହକ-୨୦୨୩ ରେ କନ୍ଧମାଳ ଜିଲ୍ଲା ଚମ୍ପିଆନ୍‌‌

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): ରାଜ୍ୟ ସ୍ତରୀୟ ଶିଶୁ ମହୋତ୍ସବ ମହକ-୨୦୨୩ ଗତ ଦୁଇଦିନ ଧରି ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡ଼ିୟମ୍‌‌ ଠାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଶିଶୁ ସୁରକ୍ଷା ସମିତି ଏବଂ ମହିଳା ଓ ଶିଶୁ ବିକାଶ ବିଭାଗର ମିଳିତ ଆୟୋଜନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟର ସମସ୍ତ ୩୦ଟି ଜିଲାର ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତେବାସୀ ମାନେ ଯୋଗ ଦେଇଥିଲେ। ଜିଲା ସ୍ତରରେ ଯେଉଁ ସବୁ ଅନ୍ତେବାସୀ ମାନେ କୃତିତ୍ୱ ଲାଭ କରିଥିଲେ ସେମାନେ ରାଜ୍ୟସ୍ତରୀୟ ବିିଭିନ୍ନ ପ୍ରତିଯୋଗିତାର ଭାଗ ନେଇଥିବା ବେଳେ କନ୍ଧମାଳ ଜିଲାର ପ୍ରତିଯୋଗୀ ମାନେ ୫ଟି ବିଭାଗରେ ଭାଗନେଇ ବିଭିନ୍ନ ବିଭାଗରେ କୃତିତ୍ୱ ଲାଭ କରିଛନ୍ତି। ଦଳଗତ ନୃତ୍ୟ ପ୍ରତିଯୋଗିତାରେ କନ୍ଧମାଳ ଜିଲା ପ୍ରଥମ ସ୍ଥାନ ଅଧିକାର କରିବା ସହିତ ଏକକ ସଂଗୀତରେ କନିଷ୍ଠ ବିଭାଗରେ ପ୍ରଥମ ଏବଂ ଚିତ୍ରାଙ୍କନର କନିଷ୍ଠ ବିଭାଗରେ ଦ୍ୱିତୀୟ ସ୍ଥାନ ଅଧିକାର କରି କନ୍ଧମାଳ ଚମ୍ପିୟାନ୍‌‌ ହୋଇ ଅତିଥି ମାନଙ୍କ ଠାରୁ ପୁରସ୍କୃତ ହୋଇଛନ୍ତି ।