Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମଧ୍ୟପ୍ରଦେଶ କୂଅ ଛାତ ଭୁଶୁଡିବା ଘଟଣା; ମୃତ୍ୟୁସଂଖ୍ୟା ୩୫ ଛୁଇଁଲା

ଇନ୍ଦୋର: ଗତକାଲି ପବିତ୍ର ରାମନବମୀ ଉତ୍ସବ ପାଳନ ଅବସରରେ ଅନେକ ସ୍ଥାନରେ ଘଟିଥିଲା ବଡ଼ ଅଘଟଣ। ସେଥିରୁ ମଧ୍ୟପ୍ରଦେଶ ଇନ୍ଦୋରର ହୋଇଥିଲା ବଡ଼ ଧରଣର ଅଘଟଣ। ଘଟଣା ସ୍ଥଳରେ ଶୋକର ଛାୟା ଖେଳି ଯାଇଥିଲା। ଇନ୍ଦୋର ସ୍ଥିତ ବେଲେଶ୍ୱର ମହାଦେବ ଝୁଲେଲାଲ୍ ମନ୍ଦିର ପରିସରରେ ଥିବା କୂଅ ଛାତ ଭୁଶୁଡ଼ିବା ଯୋଗୁ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ ନିମନ୍ତେ ଆସିଥିବା ୨୫ରୁ ଅଧିକ ଶ୍ରଦ୍ଧାଳୁ କୂଅ ଭିତରକୁ ଖସି ପଡ଼ିଥିଲେ। ତୁରନ୍ତ ଉଦ୍ଧାର କାର୍ଯ୍ୟ କରାଯିବା ସତ୍ତ୍ବେ ଏବେ ପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ୩୫କୁ ବୃଦ୍ଧି ପାଇଛି।

ସୂଚନା ଅନୁଯାୟୀ ବର୍ତ୍ତମାନ ସୁଧା ପୋଲିସ ୩୫ ମୃତଦେହ ଉଦ୍ଧାର କରିଛି। ଏ ନେଇ ଇନ୍ଦୋର ପୁଲିସ କମିଶନର ସୂଚନା ଦେଇଛନ୍ତି। ୧୪୦ ଜଣିଆ ଏକ ଟିମ୍ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ଏହାସହିତ ଆଉ ୧୮ ଜଣଙ୍କୁ ଉଦ୍ଧାର କରାଯାଇଛି। ଏହି ୧୮ ମଧ୍ୟରେ ୧୬ ଜଣ ଚିକିତ୍ସିତ ହେଉଥିବା ବେଳେ ୨ ଜଣ ସୁସ୍ଥ ଅଛନ୍ତି। ଆଉ ୨ ଜଣ ଏବେ ବି ନିଖୋଜ ଥିବା ବେଳେ ସର୍ଚ୍ଚ ଅପରେସନ ଜାରି ରହିଛି। ୧୪୦ ଜଣଆ ଟିମ୍‌ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ