Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୋଷୀ ସାବ୍ୟସ୍ତ ହେଲେ ଟ୍ରମ୍ପ୍‌

ନୂଆଦିଲ୍ଲୀ: ଦୋଷୀ ସାବ୍ୟସ୍ତ ହେଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌। ନ୍ୟୁୟର୍କ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ‘ହସ୍‌ ମନି’ ମାମଲାର ଅଭିଯୁକ୍ତ ଭାବେ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଆମେରିକା ରାଜନୀତିରେ ଏହାକୁ ନେଇ ଝଡ ସୃଷ୍ଟି ହୋଇଛି। ପର୍ଣ୍ଣଷ୍ଟାରଙ୍କ ସହ ଅବୈଧ ସମ୍ପର୍କକୁ ସର୍ବସମ୍ମୁଖରେ ନ ଆଣିବା ଲାଗି ବା ଚୁପ୍‌ ରହିବା ଲାଗି ଅର୍ଥ ପ୍ରଦାନ କରିବା ଅଭିଯୋଗରେ ଟ୍ରମ୍ପଙ୍କ ବିରୋଧରେ ଅପରାଧିକ ମାମଲା ଚଲାଇବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

ଟ୍ରମ୍ପ ପର୍ଣ୍ଣ ଷ୍ଟାର ଡାନିଏଲଙ୍କ ସହ ଅବୈଧ ସମ୍ପର୍କ ସ୍ଥାପନ କରିଥିଲେ। ଏହାକୁ ଲୁଚାଇ ରଖିବାକୁ ସେ ତାଙ୍କ ଓକିଲ ହାତରେ ତାଙ୍କୁ ଟଙ୍କା ଦେଇ ଚୁପ୍‌ ରହିବାକୁ ବାଧ୍ୟ କରିଥିଲେ। ଏହି ଘଟଣା ୨୦୧୬ ମସିହାରେ ଘଟିଥିଲା।

କୋର୍ଟ ତାଙ୍କ ବିରୋଧରେ ଅପରାଧିକ ମାମଲା ଚଳାଇବା ନେଇ ନିର୍ଦ୍ଦେଶ ଦେବା ପରେ ମୁହଁ ଖୋଲିଛନ୍ତି ଟ୍ରମ୍ପ। ସେ କହିଛନ୍ତି ମୋତେ ଫସାଇବା ପାଇଁ ଏହା ହେଉଛି ରାଜନୈତିକ ଷଡଯନ୍ତ୍ର। ସେ ଏପ୍ରିଲ ୪ରେ ଆତ୍ମସମର୍ପଣ କରିପାରନ୍ତି ବୋଲି କୁହାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ