Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୋଦୀଙ୍କ ବିରୋଧରେ ପୋଷ୍ଟର ଲଗାଇବା ପଡ଼ିଲା ମହଙ୍ଗା; ୮ ଗିରଫ

ନୂଆଦିଲ୍ଲୀ: ମହଙ୍ଗା ପଡିଲା ମୋଦୀ ବିରୋଧୀ ପୋଷ୍ଟର ଲଗାଇବା । ଗୁଜୁରାଟ ଅହମ୍ମଦାବାଦରେ ‌ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟର ଲଗାଇବା ଅଭିଯୋଗରେ ୮ ଜଣ ଗିରଫ ହୋଇଛନ୍ତି। ଅହମ୍ମଦାବାଦର କିଛି ଅଞ୍ଚଳରେ ମୋଦୀ ବିରୋଧୀ ପୋଷ୍ଟର ତଥା ‘ମୋଦୀ ହଟାଓ, ଦେଶ ବଞ୍ଚାଓ’ ଲଗାଯାଇଥିଲା। ପୋଷ୍ଟରକୁ ନେଇ ବିଭିନ୍ନ ସ୍ଥାନରେ ହଙ୍ଗାମା ହୋଇଥିଲା। ପୋଲିସ ଆସି ବିଭିନ୍ନ ସ୍ଥାନରୁ ପୋଷ୍ଟର ହଟାଇବା ସହ ଏଥିରେ ସଂମ୍ପୃକ୍ତ ଥିବା ବ୍ୟକ୍ତିଙ୍କୁ ଗିରଫ କରିଛି।

ଗତ ସପ୍ତାହରେ ରାଜଧାନୀ ଦିଲ୍ଲୀର ବିଭିନ୍ନ ସ୍ଥାନରେ ମଧ୍ୟ ମୋଦିଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟର ଲଗା ଯାଇଥିଲା। ଏହି ଘଟଣାରେ ସାମିଲ ଥିବା ୬ ଜଣଙ୍କୁ ଗିରଫ କରିବା ସହ ୪୯ ଟି ମାମଲା ରୁଜୁ କରିଥିଲା ପୋଲିସ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ