Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପର୍ବତା ରୋହୀ ଆର୍ତ୍ତତ୍ରାଣ ଙ୍କୁ କଲେଜ ପକ୍ଷରୁ ସମ୍ବର୍ଦ୍ଧନା

କଳାହାଣ୍ଡି ମା ମାଣିକେଶ୍ଵରୀ ବିଶ୍ଵ ବିଦ୍ୟାଳୟ ପକ୍ଷରୁ ଏକ ଛାତ୍ର ଦଳ ହିମାଳୟ ପର୍ବତମାଳାର ୫୮୧୯ ମିଟର ତଥା ୧୯୧୦୦ ଫୁଟ ଉଚ୍ଚରେ ଥିବା ମାଉଣ୍ଟରୁଦୁଗୈରା କୁ ସଫଳ ତାର ସହ ଆରୋହଣ କରିଥିଲେ।ଏହି ଦଳରେ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକ ରିଷିଡା ଜଗନ୍ନାଥ ଡିଗ୍ରୀ କଲେଜ ର ଛାତ୍ର ଆର୍ତ୍ତତ୍ରାଣ ମିଶ୍ର ସାମିଲ ହୋଇଥିଲେ।ସୋମବାର ସେ ଫେରିବା ପରେ କଲେଜ ଛାତ୍ରୀ ଛାତ୍ର ମାନେ ବିରାଟ ଶୋଭା ଯାତ୍ରାରେ ବାହାରି ରିଷିଡା ସହର ପରିକ୍ରମା କରି ସମ୍ମାନ ପ୍ରଦାନ କରିଥିବା ବେଳେ ମଙ୍ଗଳବାର କଲେଜ ପରିସରରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା।ଏଥିରେ କଲେଜ ଅଧ୍ୟକ୍ଷ ଗଦାଧର ପଧାନ ଙ୍କ ସଭାପତି ତ୍ୱ ରେ ମୁଖ୍ୟ ଅତିଥି ଭାବେ ବିଡିଓ ସୁଚରିତା ମୁଗ୍ରୀ, ସମ୍ମାନିତ ଅତିଥି ବାବା ଭଗବାନ ସାହୁ ପ୍ରମୁଖ ଯୋଗ ଦେଇଥିଲେ।ମୁଖ୍ୟ ଅତିଥି ଙ୍କ ଦ୍ଵାରା ପର୍ବତରୋହି ଙ୍କୁ ଉତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।।କାର୍ଯ୍ୟକ୍ରମ ରେ ଅଧ୍ୟାପକ ହିରୋଜ କୁମାର ଚାନ୍ଦ ସ୍ୱାଗତ ଭାଷଣ ଦେଇଥିଲେ ଓ ଅଧ୍ୟାପକ ଶରତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ମକୁନ୍ଦ ରଣା, କ୍ଷୀରୋଦ ସାହୁ,ଡାଲଟନ ରଣା,ଶିବ ରଣା, ନବୀନ ରଣା, ଭଗବାନ ରଣା ସହଯୋଗ କରିଥିଲେ। ମିଶ୍ର ଙ୍କ ଏହି ସଫଳତା ପାଇଁ ତାଙ୍କ ନିଜ ଗାଁ ବଡ଼ ଡୁଙ୍ଗୁରିଗୁଡ଼ା ଠାରେ ଖୁସିର ଲହରୀ ଖେଳିଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ