Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଫସିଲେ କେଜ୍ରିୱାଲ; ‌ଦେବେ ୨୫ ହଜାର ଟଙ୍କା ଜରିମାନା

ଅହମ୍ମଦାବାଦ: ବଢିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅଡୁଆ। ମୋଦିଙ୍କ ଶିକ୍ଷାଗତ ପ୍ରମାଣପତ୍ର ମାଗି ଫସିଲେ କେଜ୍ରିୱାଲ। ଏହି ଅଭିଯୋଗରେ ଗୁଜରାଟ ହାଇକୋର୍ଟ ତାଙ୍କୁ  ୨୫ ହଜାର ଟଙ୍କାର ଜରିମାନା କରିଛନ୍ତି । ଏହାସହ କୋର୍ଟ ପ୍ରଧାନମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ ସାର୍ବଜନୀନ ନ କରିବାକୁ ପିଏମ୍‌ଓକୁ କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶିକ୍ଷାଗତ ଯୋଗ୍ୟତା ଜାଣିବା ପାଇଁ ପ୍ରମାଣ ପତ୍ର ମାଗିଥିଲେ କେଜ୍ରିୱାଲ। ସେ ଜାଣିବାକୁ ଚାହିଁଥିଲେ ମୋଦି କ’ଣ ଓ କେତେ ପାଠ ପଢିଛନ୍ତି । ଏହା ବଦଳରେ ତାଙ୍କୁ ଏବେ ଦେବାକୁ ପଡ଼ିବ ଜରିମାନା।

ମିଳିଥିବା ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ନାତକ ଏବଂ ସ୍ନାତକୋତ୍ତର ଡିଗ୍ରୀ ସାର୍ବଜନୀନ କରିବା ପାଇଁ ମୁଖ୍ୟ ନିର୍ବାଚନ ଆୟୋଗ ଏକ ଆଦେଶ ଜାରି କରିଥିଲେ। ହେଲେ ଗୁଜରାଟ ହାଇକୋର୍ଟରେ ଏହାକୁ ବିରୋଧ କରାଯାଇଥିଲା।

କୋର୍ଟଙ୍କ ଏଭଳି ଆଦେଶ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି କେଜ୍ରିୱାଲ। ସେ କହିଛନ୍ତି ଦେଶର ନାଗରିକ ହିସାବରେ ପ୍ରଧାନମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ ଜାଣିବାର ଅଧିକାର ତାଙ୍କର ଅଛି କି ନାହିଁ? କୋର୍ଟ କାହିଁକି ଏହାର ବିରୋଧ କରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ