Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋଶଲ ରାଜ୍ୟ ଗଠନ ଦାବିରେ ମହାବନ୍ଦ

ସ୍ବତନ୍ତ୍ର କୋଶଲ ରାଜ୍ୟ ଗଠନ ଦାବିରେ କୋଶଲ ରାଜ୍ୟ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଶନିବାର ଦିଆଯାଇଥିବା କୋଶଲ ମହାବନ୍ଦର ପ୍ରଭାବ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରେ ଦେଖିବାକୁ ମିଳିଛି। ସକାଳ ୬ଟାରୁ ଦୋକାନ, ବଜାରଠାରୁ ଆରମ୍ଭ କରି ରାସ୍ତାଘାଟ ଶୂନ୍‌ଶାନ ପଡିଛି। ଗାଡି ଚଳାଚଳ ଠପ୍‌ ହୋଇଯାଇ ଥିବାବେଳେ ସରକାରୀ, ବେସରକାରୀ ଦପ୍ତର, ସ୍କୁଲ ବନ୍ଦ ରହିଛି। କୋଶଲ ସେନା ଙ୍କ ସମେତ ବିଭିନ୍ନ ଅନୁଷ୍ଠାନ ଏଥିରେ ସାମିଲ ହୋଇଥିବା ବେଳେ ଅନେକ ଅନୁଷ୍ଠାନ ବନ୍ଦ ଆନ୍ଦୋଳନକୁ ସମର୍ଥନ କରିଛନ୍ତି। କୋଶଲ ରାଜ୍ୟ ଗଠନ ନ ହେବା ପର୍ଯ୍ୟନ୍ତ ଲଢେଇ ଜାରି ରହିବ ବୋଲି କୋଶଲ ସଂଗ୍ରାମୀମାନେ ଚେତାବନୀ ଦେଇଛନ୍ତି।ଏଥିରେ ଦିଲିପ କୁମାର ସାହୁ, ଜ୍ୟୋତିରଞ୍ଜନ ପଧାନ, ଅମିତ ସାହୁ, ଆକାଶ ପଧାନ, ସ୍ଵାଗତ ଦାସ , ସୁରଜ ଦଣ୍ଡସେନା, ଦୁର୍ଯୋଧନ ଦାଶ୍,ଶିବା ବସ୍ତିଆ,ସୀତା କାନ୍ତ ମନହୀରା, ବିଭୁତି ଭୋଇ,ଆକାଶ ପଧାନ,ହରି କାଳସାଏ,ଗୋବର୍ଦ୍ଧନ ଭୋଇ,କେଦାର ମାଝୀ, ଗୋପୀ ସାହୁ,ରିପୁ ଭୋଇ,ଅଜିତ ପଧାନ,ଓଁମ ପୁଟେଲ,ସରୋଜ ଦାଶ ତଥା କର୍ଲାମୁଣ୍ଡା ବ୍ଲକ ବିଭିନ୍ନ ସ୍ଥାନ ର ଯୁବଗୋଷ୍ଠୀ ସାମିଲ ହୋଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ