Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓ ଜେ ୟୁ ପକ୍ଷ ରୁ ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳନ

କର୍ଲାମୁଣ୍ଡା -କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ମସ୍କ।ଦଣ୍ଡି ଓ କୁସୁରଲା ସୀମାନ୍ତ ଥିବା ଶାନ୍ତିବନ ଠାରେ ଓଡିଶା ସାମ୍ବାଦିକ ସଂଘ ଓ କର୍ଲାମୁଣ୍ଡା ପ୍ରେସ କ୍ଳବ ଆନୁକୂଲ୍ୟରେ ଗୁରୁବାର ଜାତୀୟ ପ୍ରେସ ଦିବସ ପାଳନ ହୋଇଯାଇଛି।ଏହି ଅବସରରେ ଜିଲ୍ଲା ସଭାପତି ନିରୋଜ ପଟ୍ଟନାୟକ ଙ୍କ ସଭାପତି ତ୍ୱ ରେ ମୁଖ୍ୟ ଅତିଥି ଭାବେ ଯୁବ ସାମାଜିକ କର୍ମୀ ନୀଳ ମାଧବ ସିଂଦେଓ, ମୁଖ୍ୟ ବକ୍ତା ଭାବେ ସାହିତ୍ୟିକ ପଦ୍ମଲୋଚନ ମିଶ୍ର, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ, କର୍ଲାମୁଣ୍ଡା ତହସିଲଦାର ଅରୁଣ ବର୍ଗେ, ଖବରଦାତା ସୁଶାନ୍ତ ମହାପାତ୍ର, ବିକାଶ ଷଡ଼ଙ୍ଗୀ, ଓଜେୟୁ ଜିଲ୍ଲା ସାଧାରଣ ସମ୍ପାଦକ ଲଷ୍ମଣ ସ୍ୱାଇଁ ପ୍ରମୁଖ ଯୋଗ ଦେଇ ନିରପେକ୍ଷ ଓ ନିର୍ଭୀକ ଭାବେ ଖବର ପ୍ରକାଶ କରିବା ଉପରେ ମତ ପ୍ରକାଶ କରିଥିଲେ।ଏଥିରେ କର୍ଲାମୁଣ୍ଡା ପ୍ରେସ କ୍ଳବ ସଭାପତି ତଥା ଓଜେୟୁ ର ରାଜ୍ୟ କାର୍ୟ୍ଯ କାରିଣୀ ସଦସ୍ୟ ନରୋତ୍ତମ ସେଲମା ସଭା ପରିଚାଳନା କରିଥିଲେ।ଏ ଅବସରରେ ପ୍ରେସ କ୍ଳବ ପକ୍ଷରୁ ସ୍ବର୍ଗତ ରାଜୀବ ଲୋଚନ ସ୍ମାରକୀ ସାମ୍ବାଦିକତା ସମ୍ମାନ ରେ ସୁଶାନ୍ତ ମହାପାତ୍ର ଓ ସ୍ବର୍ଗତ ଜଗଦୀଶ ନାଏକ ସ୍ମାରକୀ ଯୁବ ସାମ୍ବାଦିକତା
ସମ୍ମାନ ରେ ବିକାଶ ଷଡ଼ଙ୍ଗୀ ଙ୍କୁ ଟ୍ରଫି ସହ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା। ଏହା ବ୍ୟତୀତ ଓଜେୟୁ କଳାହାଣ୍ଡି ଜିଲ୍ଲା ଶାଖା ପକ୍ଷରୁ …ସନ୍ତୋଷ ପଧାନ, ସୁଧୀର ଗୋପାଳ, ସତ୍ୟନାରାୟଣ କୁମାର, ମଧୁ ସିନ୍ଦୁର, ନବୀନ କିଶୋର ସାହୁ, ସଂଜୀବ ଦାସଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l ଏହି ଅବସରରେ କର୍ଲାମୁଣ୍ଡା ବ୍ଲକର ସାମ୍ବାଦିକ ନବୀନ କିଶୋର ସାହୁ, କ୍ଷୀରୋଦ ସାହୁ, ହିରୋଜ ସାହୁ, ପବିତ୍ର ସାହୁ, ସତ୍ୟବ୍ରତ ବଗର୍ତି, ଜୀବର୍ଧନ ସାହୁ, ନର୍ଲା ବ୍ଲକର ଦୀପକ କୁମାର ସାହୁ, କାମିନୀ ବନଛୋର, ସଦାଶିବ ନାଗ, କ୍ଷମାନିଧି ସାହୁ, ବାରୁ ମାଝୀ, କେଶବ ମେହେର, ଗୁପ୍ତେଶ୍ୱର ହାତୀ, ଯଗୁଲାଲ ମାଝୀ, ଜୟପାଟଣା ବ୍ଲକର ମୋହନ ସାଗର, ଭବାନୀପାଟଣା ବ୍ଲକର ଚତୃଭୁଜ ନାଏଜ, ମ ରାମପୁର ବ୍ଲକର ବ୍ରହ୍ଣ ବୈଇବର୍ତ୍ତ ରଣା …ନୂତନ ଭାବେ ଓଜେୟୁ ରେ ଯୋଗଦେଇଥିଲେ l ତାଙ୍କୁ ଜିଲ୍ଲା ସଭାପତି ସ୍ୱାଗତ କରିଥିଲେ l କାର୍ଯ୍ୟକ୍ରମ ଟି ପ୍ରେସ କ୍ଲବ ର ସମ୍ପାଦକ ତଥା ଓଡିଶା ସାମ୍ବାଦିକ ସଂଘ ରାଜ୍ୟ କାର୍ୟ୍ଯ କାରିଣୀ ସଦସ୍ୟ ପ୍ରଦୀପ କୁମାର ସାହୁ ଓ ଜିଲ୍ଲା ସାଧାରଣ ସମ୍ପାଦକ ଲଷ୍ମଣ ସ୍ୱାଇ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ