Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଇନ୍ଦିରା ଗାନ୍ଧୀ ଙ୍କ ସ୍ମୃତି ଚାରଣ କଲେ କଂଗ୍ରେସ ନେତା।

କୋକସରା:୧୯/୧୧ ଆଜି କୋକସରା ବ୍ଲକ କଂଗ୍ରେସ କମିଟି ପକ୍ଷରୁ କୋକସରା କଂଗ୍ରେସ ଭବନ ଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତା ଗାନ୍ଧୀ ଙ୍କ ଜନ୍ମ ଜୟନ୍ତୀ ଅବସର ରେ ବ୍ଲକ ସଭାପତି ଲିଙ୍ଗରାଜ ବେହେରା ଙ୍କ ସଭାପତିତ୍ୱ ରେ ସ୍ମୃତି ଚାରଣ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଉପସ୍ଥିତ କଂଗ୍ରେସ ର କର୍ମକର୍ତ୍ତା ମାନେ ଇନ୍ଦିରା ଗାନ୍ଧୀ ଙ୍କ ଫୋଟୋଚିତ୍ର ରେ ମାଲ୍ୟାର୍ପଣ କରିବା ପରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ଏହି ଅବସର ରେ ବରିଷ୍ଠ କଂଗ୍ରେସ ନେତା କାମଦେବ ଧ. ମାଝୀ, ବ୍ରଜବନ୍ଧୁ ମିଶ୍ର, କୋକସରା ଯୋନ ସଭାପତି କମଳ ଲୋଚନ ନାଏକ, ଜଜିଲ୍ଲା ସମ୍ପାଦକ ତ୍ରିଭୁବନ ନାଏକ, ଆମପାଣି ଯୋନ ସଭାପତି ହରିଶ୍ଚନ୍ଦ୍ର ନାଏକ, ପରମେଶ୍ୱର ଶଗଡ଼ିଆ, ଚିତ୍ତ ରଞ୍ଜନ ଠାକୁର, ବ୍ଲକ ସମ୍ପାଦକ ଅଭିମନ୍ୟୁ ପଟ୍ଟନାୟକ,ନାରିନେତ୍ରୀ ଫୁଲତୋଳା ଖମାରି ଓ ଅନ୍ୟ କର୍ମୀମାନେ ଉପସ୍ଥିତ ଥିଲେ।