Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କବାଡି ପ୍ରତିଯୋଗୀତାର ବିଜୟୀ ଦଳକୁ ଦକ୍ଷିଣ କାଳୀ ଯୁବକ ସଂଘ ପକ୍ଷରୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ବାରଖମା ରେ ଆୟୋଜିତ ଜିଲ୍ଲା ସ୍ତରୀୟ କବାଡି ପ୍ରତିଯୋଗୀତାରେ ଦକ୍ଷିଣ କାଳୀ ଯୁବକ ସଂଘର କୃତିତ୍ୱ l ଜିଲ୍ଲା ସ୍ତରୀୟ କବାଡି ପ୍ରତିଯୋଗୀତା ରେ ଚମ୍ପିୟାନ ଦକ୍ଷିଣ କାଳୀ ଦଳ କୁ ଯୁବକ ସଂଘ ପକ୍ଷରୁ ଖେଳାଳୀ କୋଚ୍ ଟିମ୍ ମ୍ୟାନେଜର ଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ ସଙ୍ଘ ର ପଦାଧିକାରୀ ଓ କାର୍ଯ୍ୟକର୍ତ୍ତା l ବାରଖମାରେ ଦୀର୍ଘ ସାତ ଦିନ ଧରି ଆୟୋଜିତ ଜିଲ୍ଲା ସ୍ତରୀୟ କବାଡି ପ୍ରତିଯୋଗୀତାରେ ସମୁଦୟ ୨୪ ଟି ଦଳ ଅଂଶ୍ରହଣ କରିଥିଲେ l ଦକ୍ଷିଣ କାଳୀ ଯୁବକ ସଂଘ ଫାଇନାଲ କୁ ପ୍ରବେଶ କରି ମହାସିଙ୍ଗି ଦଳ ସହିତ କଡା ମୁକାବିଲା କରି ବିଜୟୀ ହୋଇଥିଲା l ଯୁବକ ସଂଘ ର ନାଟକ ଗୁରୁ ଅଶ୍ଵିନୀ କୁମାର ମିଶ୍ର, ସଭାପତି ନବଘନ ପାତ୍ର ମାନୁ ଆଚାର୍ଯ୍ୟ, ଶିକ୍ଷକ ତୀର୍ଥବାସୀ ଘଡାଇ, କ୍ରୀଡାବିତ୍ ସୁରେନ୍ଦ୍ର ପାତ୍ର, ବିପ୍ର ଚରଣ ସାହୁ, ମକର ଧ୍ଵଜ ନାୟକ, ପ୍ରମୋଦ କୁମାର ଦଣ୍ଡସେନା ପ୍ରମୁଖ ଉପସ୍ଥିତ ରହି ଖେଳାଳୀ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେଇ ମନୋବଳ ବୃଦ୍ଧି କରାଇଥିଲେ l କୋଚ୍ ପ୍ରଶାନ୍ତ ପୂଜାରୀ, ମ୍ୟାନେଜର ଦୀପକ ପାତ୍ର ଙ୍କ ନେତୃତ୍ବରେ କ୍ୟାପଟେନ ରତିସ ବିନ୍ଧାଣି, ବାମଦେବ ପାତ୍ର, ବିଶ୍ଵ ରଞ୍ଜନ ମିଶ୍ର, ରୋସନ୍ ସାହାଣୀ, ସୁରଜ୍ ପୂଜାରୀ, ବିକାଶ ପୂଜାରୀ, ଜଗନ୍ ବେହେରା, ରାକେଶ ମଲିକ, ବସନ୍ତ ମଲିକ, ସିଲନ ପୂଜାରୀ, ଓମକାର ନାଥ, ସୁସିଆଁ ମଲିକ ପ୍ରମୁଖ ଖେଳାଳି ଚମତ୍କାର ଖେଳ ପ୍ରଦର୍ଶନ କରି ଉପସ୍ଥିତ ଦର୍ଶକଙ୍କୁ ବିମୋହିତ କରିପାରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ