Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ମୋଦୀଙ୍କୁ ସମାଲୋଚନା କଲେ ଉଦ୍ଧବ; କହି‌ଲେ ”ଯେଉଁଠି ପ୍ରଧାନମନ୍ତ୍ରୀ ପଢୁଥିଲେ, ସେ କଲେଜ କାହିଁକି ସାମ୍ନାକୁ ଆସୁନି?”

ନୂଆଦିଲ୍ଲୀ: ଥମୁନି ପ୍ରଧାନମନ୍ତ୍ରୀଙ୍କ ଡିଗ୍ରୀ ବିବାଦ। ପ୍ରଧାନମନ୍ତ୍ରୀ କେତେ ପାଠ ପଢିଛନ୍ତି ଓ ତାଙ୍କ ଶିକ୍ଷାଗତ ଯୋଗ୍ୟତା କଣ ଏ ନେଇ ବିରୋଧୀଙ୍କ ହଙ୍ଗାମା ଜାରି ରହିଛି। କୋର୍ଟଙ୍କ ରାୟ ପରେ ବି ବନ୍ଦ ହେଉନି ବିରୋଧୀଙ୍କ ମୁହଁ। ଏ ପ୍ରସଙ୍ଗରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କୋର୍ଟରେ ଏକ ଆବେଦନ କରିବା ସହ ମୋଦୀଙ୍କ ଶିକ୍ଷାଗତ ଯୋଗ୍ୟତା ସମ୍ପର୍କିତ ତଥ୍ୟ ମାଗିଥିଲେ। ହେଲେ କୋର୍ଟ ତାଙ୍କ ଆବେଦନକୁ ଖାରଜ କରିବା ସହ ତାଙ୍କ ଉପରେ ୨୫ ହଜାର ଟଙ୍କା ଫାଇନ୍‌ ଲଗାଇଥିଲେ। ତଥାପି ମାନୁ ନାହାନ୍ତି ବିରୋଧୀ। ଏହାକୁ ନେଇ ଏବେ ପୁଣି ପ୍ରଶ୍ନ ଉଠାଇଛନ୍ତି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ।

ଏବେ ଉଦ୍ଧବ ଠାକରେ ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ “ଦେଶରେ ଅନେକ ଯୁବକ ଡିଗ୍ରୀ ଧରିଛନ୍ତି ହେଲେ ତାଙ୍କୁ ଚାକିରି ମିଳୁନି। ଯେତେବେଳେ ପ୍ରଧାନମନ୍ତ୍ରୀଙ୍କୁ ଡିଗ୍ରୀ ଦେଖାଇବାକୁ କୁହାଯାଉଛି ସେତେବେଳେ ୨୫ ହଜାର ଟଙ୍କାର ଫାଇନ ଲାଗୁ କରାଯାଉଛି। କ’ଣ ପାଇଁ ପ୍ରଧାନମନ୍ତ୍ରୀ ଯେଉଁ କଲେଜରେ ପଢ଼ୁଥିଲେ ସେଠାକାର କର୍ତ୍ତୃପକ୍ଷ ଗର୍ବ କରିବା ପାଇଁ ସାମ୍ନାକୁ ଆସୁ ନାହାନ୍ତି? ଯେଉଁଠାରେ ପ୍ରଧାନମନ୍ତ୍ରୀ ପଢ଼ୁଥିଲେ, ସେ କଲେଜ କାହିଁକି ସାମ୍ନାକୁ ଆସୁନି?”