Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋର୍ଟଙ୍କ ନିଷ୍ପତ୍ତିକୁ ରାହୁଲଙ୍କ ଚାଲେଞ୍ଜ; ଆଜି ଉପର କୋର୍ଟରେ କରିବେ ଆବେଦନ

ସୁରଟ: ‘ମୋଦୀ ସରନେମ୍‌’ କୁ ନେଇ ଦେଇଥିବା ବିବାଦୀୟ ମନ୍ତବ୍ୟ ବିରୋଧରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ସୁରଟ କୋର୍ଟ ଯେଉଁ ରାୟ ଦେଇଥିଲେ ତାକୁ ଆଜି ଉପର କୋର୍ଟରେ ଚାଲେଞ୍ଜ କରିବେ ରାହୁଲ । ଶୁଣାଣିର ୧୧ ଦିନ ପରେ ଏହି ଚାଲେଞ୍ଜ କରିବାକୁ ସୁରଟ ପହଞ୍ଚିଛନ୍ତି ରାହୁଲ । ସେ କୋର୍ଟରେ ବେଲ ପାଇଁ ମଧ୍ୟ ଆବେଦନ କରିବେ ।

ମାର୍ଚ୍ଚ ୨୩ରେ ସିଜେଏମ କୋର୍ଟ ଦଣ୍ଡାଦେଶ ଶୁଣାଇବା ପରେ ରାହୁଲ ଗାନ୍ଧିଙ୍କୁ ଜାମିନ ଦେଇଥିଲେ। ଏହି ରାୟର ୨୪ ଘଣ୍ଟା ମଧ୍ୟରେ ରାହୁଲ ଗାନ୍ଧୀ ତାଙ୍କ ସାଂସଦ ପଦ ହରାଇଥିଲେ। କେବଳ ସେତିକି ନୁହେଁ ଏପ୍ରିଲ ୧୩ ସୁଦ୍ଧା ତାଙ୍କୁ ସରକାରୀ ବାସଭବନ ଖାଲି କରିବାକୁ ମଧ୍ୟ କୁହାଯାଇଛି। 

ସୂଚନା ମୁତାବକ ଭଉଣୀ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ରାହୁଲଙ୍କ ସହ ସୁରଟ ଯିବେ । ଏହାସହିତ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ଛତିଶଗଡର ଭୁପେଶ ବଘେଲ, ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ମଧ୍ୟ ରାହୁଲଙ୍କ ସହ କୋର୍ଟ ଯିବାର କାର୍ଯକ୍ରମ ରହିଥିବା ଜଣାପଡ଼ିଛି ।