Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବରିଷ୍ଠ ନାଗରିକଙ୍କ ରେଳ ଭଡାରେ ଲାଗୁ ହେଉ ରିହାତି ବ୍ୟବସ୍ଥା; ମୋଦୀଙ୍କୁ କେଜ୍ରିୱାଲଙ୍କ ଚିଠି

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି। ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଭାରତୀୟ ରେଳବାଇ ଦ୍ୱାରା ବରିଷ୍ଠ ନାଗରିକଙ୍କ ଲାଗି ଟ୍ରେନ୍‌ ଟିକେଟ ବାବଦରେ ୫୦ ପ୍ରତିଶତ ରିହାତି ବ୍ୟବସ୍ଥା ପୁଣି ଥରେ ଲାଗୁ କରାଯାଉ। ଏ ନେଇ ସେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି। ଗତ ଶନିବାର ଦିନ ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ସେ କହିଛନ୍ତି ଯେ କେନ୍ଦ୍ରର ବଜେଟ୍ ୪୫ ଲକ୍ଷ କୋଟି ଟଙ୍କା ରହିଛି ଏବଂ ଯଦି ବରିଷ୍ଠ ନାଗରିକଙ୍କ ପାଇଁ ରିହାତି ପ୍ରଦାନ କରାଯାଏ ତେବେ ୧୬୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ପରିମାଣ ସମୁଦ୍ରରେ ଶଙ୍ଖେ ପରି ଏବଂ ଏହି ଅର୍ଥ ଖର୍ଚ୍ଚ କଲେ କେନ୍ଦ୍ର ସରକାର ଗରିବ ହୋଇଯିବେ ନାହିଁ ବୋଲି ସେ କହିଛନ୍ତି।

କେନ୍ଦ୍ର ୨୦ ମାର୍ଚ୍ଚ ୨୦୨୦ରେ ରେଳବାଇ ପକ୍ଷରୁ ବରିଷ୍ଠ ନାଗରିକମାନଙ୍କୁ ପ୍ରଦାନ କରାଯାଇଥିବା ରିହାତି ଟିକେଟ୍‌ ସୁବିଧା ପ୍ରତ୍ୟାହାର କରିଦେଇଥିଲେ। ନିକଟରେ ସଂସଦୀୟ ସ୍ଥାୟୀ କମିଟି ରେଳବାଇ ଦ୍ୱାରା ବରିଷ୍ଠ ନାଗରିକଙ୍କୁ ଦିଆଯାଉଥିବା ଟିକେଟ୍‌ ରିହାତି ବ୍ୟବସ୍ଥାକୁ ପୁଣି ଆରମ୍ଭ କରିବାକୁ ସୁପାରିଶ କରିଛି। ଭାରତୀୟ ରେଳବାଇ ୬୦ ବର୍ଷ କିମ୍ବା ତାଠାରୁ ଅଧିକ ବୟସ୍କ ପୁରୁଷ ଯାତ୍ରୀଙ୍କୁ ୪୦ ପ୍ରତିଶତ ଓ ୫୮ବର୍ଷରୁ ଊର୍ଦ୍ଧ୍ବ ବୟସ୍କା ମହିଳା ଯାତ୍ରୀଙ୍କୁ ୫୦ ପ୍ରତିଶତ ରିହାତି ପ୍ରଦାନ କରୁଥିଲା। କିନ୍ତୁ ଏହି ସୁବିଧା କେନ୍ଦ୍ର ସରକାର ବନ୍ଦ କରିଦେଇଥିବାରୁ ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି କେଜ୍ରିୱାଲ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ