Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯୁବକ ନିଖୋଜ; ପୋଲିସ ଥାନାରେ ଅଭିଯୋଗ

କଳାହାଣ୍ଡି, ୨୫/୧୧ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା କୋକସରା ଗ୍ରାମ ପଟ୍ଟନାୟକ ପଡାରେ ରହୁଥିବା ଯୁବକ ପପନ ପଟ୍ଟନାୟକ(୨୬), ଉଚ୍ଚତା ୫ ଫୁଟ। ଗତ ୨୦ ନଭେମ୍ବର ସୋମବାର ଦିନ ଘରୁ ବାହାରି ଆଉ ଫେରି ନାହାନ୍ତି। ତାଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ଖବର ନ ମିଳିବାରୁ ସମ୍ପର୍କୀୟ ପଚାରା ଉଚୁରା ସହ ଖୋଜାଖୋଜି କରିଥିଲେ । କିନ୍ତୁ ପପନଙ୍କର କୌଣସି ସନ୍ଧାନ ପାଇ ନାହାନ୍ତି, ଭବାନୀପାଟଣାର ଜଣେ ସମ୍ପର୍କୀୟ ତାଙ୍କୁ ଗତ ୨୦ ତାରିଖ ସନ୍ଧ୍ୟାରେ ବିଶାଖାପାଟଣା ବସରେ କୋକସରା ଯିବାପାଇଁ ବସେଇ ଦେଇଥିଲୁ ବୋଲି ଫୋନ କରି ତାଙ୍କ ସାନ ଭାଇଙ୍କୁ କହିଥିଲେ। ହେଲେ ବସ କଣ୍ଡକ୍ଟରଙ୍କୁ ପଚାରିବା ପରେ ସେ ଭବାନୀପାଟଣାରେ ହିଁ ଓହ୍ଲାଇ ପଡ଼ିଥିବା କଥା କହିଛନ୍ତି । ସେହି ଦିନଠାରୁ ନିଖୋଜ ଥିବା ନେଇ ତାଙ୍କ ସାନ ଭାଇ ଅମନ ପଟ୍ଟନାୟକ କୋକସରା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଏନେଇ ଥାନା ତଦନ୍ତକାରୀ ଅଧିକାରୀ ଉଷା ହରିଜନଙ୍କୁ ପଚାରିବାରୁ ନିଖୋଜ ମାମଲା ରୁଜୁ ହୋଇଛି, ତଦନ୍ତ ଜାରି ରହିଥିବା ନେଇ ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ