Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କନ୍ଧମାଳ ସ୍ନାତକ ମହାବିଦ୍ୟାଳୟ ତରଫରୁ ପଥପ୍ରାନ୍ତ ନାଟକ ବାଲ୍ୟ ବିବାହ ଅନୁଷ୍ଠିତ

ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡର କ.ନୂଆଗାଁ ବ୍ଲକ ଅନ୍ତର୍ଗତ ସାରଙ୍ଗଡ଼ କନ୍ଧମାଳ ସ୍ନାତକ ମହାବିଦ୍ୟାଳୟ ତରଫରୁ ଏକ ପ୍ରଥପ୍ରାନ୍ତ ନାଟକ ବାଲ୍ୟ ବିବାହ ଅନୁଷ୍ଠିତ ହୋଇଯାଇଛି। ଆଜିର ଦିନରେ ବାଲ୍ୟ ବିବାହ ପରି ଏକ ପୁରୁଣା ପ୍ରଥା ଓ ପରମ୍ପରାକୁ ସମାଜରୁ ହଟାଇବା ପାଇ ଏହା ହେଉଛି ଏକ ପ୍ରୟାସ। କନ୍ଧମାଳ ମହାବିଦ୍ୟାଳୟର ସମାଜ ସେବା କାର୍ଯ୍ୟକ୍ରମର ଏହି ଦିବସରେ ବାଲ୍ୟ ବିବାହ ପରି ପ୍ରଥା ସମାଜରୁ ଦୂର କରିବା ନିମନ୍ତେ କନ୍ଧମାଳ ସ୍ନାତକ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ପ୍ଲା କାର୍ଡ ଧରି ସହରର ପ୍ରତ୍ୟେକ ସାହି ବୁଲି ବାଲ୍ୟ ବିବାହ ପରି ପ୍ରଥା ବନ୍ଦ କରିବା ସହ ଝିଅ ପିଲାଙ୍କୁ ସମସ୍ତ କ୍ଷେତ୍ରରେ ଅଗ୍ରାଧିକାର ଦେବା ନିମନ୍ତେ ଅଞ୍ଚଳ ବାସୀଙ୍କୁ ସଚେତନତା କରାଯାଇଥିଲା। ଏହି କାର୍ୟ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଧ୍ୟକ୍ଷତା କରିଥିବା ବେଳେ ମଂଚାସୀନ ଅତିଥିଭାବେ ସାରଙ୍ଗଡ଼ ସରପଞ୍ଚ ବରୁଣ କହଁର ଯୋଗ ଦେଇଥିଲେ।