Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓବିସି ଜନ ଜାଗରଣ ରଥକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

ଝାରସୁଗୁଡା ୨୬/୧୧ (ଓଡ଼ିଶା ନ୍ୟୁଜ) ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ରାମଚଣ୍ଡୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ରାଜ୍ୟ ଓବିସି ମଞ୍ଚ ତରଫରୁ ଓବିସି ଜନ ଜାଗରଣ ଯାତ୍ରା ଆଜି ଶୁଭାରମ୍ଭ ହୋଇ ଯାଇଛି । ଓଡ଼ିଶାରେ ବସବାସ କରୁଥିବା ପ୍ରାୟ ୨୦୦ ଓବିସି ଜାତି ର ସାମ୍ବିଧାନିକ ହକ ଓ ଅଧିକାର କୁ ନେଇ ୧୩ ଦଫା ଦାବୀ ସହ ଏହି ରଥ ପ୍ରଥମ ପର୍ଯ୍ୟାୟ ରେ ଝାରସୁଗୁଡ଼ା ଜିଲ୍ଲାରୁ ଆରମ୍ଭ ହୋଇ ସମଗ୍ର ପଶ୍ଚିମ ଓଡ଼ିଶାରେ ପରିକ୍ରମା କରିବାର କାର୍ଯ୍ୟକ୍ରମ ରହିଛି ।
ଏହି ଅବସରରେ ଉକ୍ତ ଓ.ବି.ସି ଜନ ଜାଗରଣ ରଥ ଲଖନପୁର ବ୍ଲକର ସୀମାନ୍ତ କନକତୋରା ଗ୍ରାମରେ ପହଞ୍ଚିବା ପରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏହା ସହିତ ଏକ ଶୋଭାଯାତ୍ରାରେ ବାହାରି ଗାଁ ପରିକ୍ରମା କରିବା ପରେ ବରିଷ୍ଠ ସମାଜସେବୀ ଲଲାଟ ବିଶ୍ଵାଳଙ୍କ ସଭାପତିତ୍ୱରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ଓବିସି ରାଜ୍ୟ ସଭାପତି ଶଙ୍କର ପାତ୍ର, ଉପ ସଭାପତି ଇଂ ପ୍ରଦୀପ ବେହେରା, ପଶ୍ଚିମ ପ୍ରାନ୍ତ ସାଧାରଣ ସମ୍ପାଦକ ସୁବାଷ ନାଏକ ଓ ପୁର୍ବ ପ୍ରାନ୍ତରୁ ସମରଜିତ୍ ବେହେରା , କୋଷାଧ୍ୟକ୍ଷ ପରଦେଶୀ ବିଶ୍ଵାଳ, ବିରଞ୍ଚି ସାହୁ , ମହିଳା ମୋର୍ଚା ପ୍ରମୁଖ ଆଇନଜୀବୀ ସାଧନା ପାଣ୍ଡେ ,ପଶ୍ଚିମ ଓଡ଼ିଶା ସଂଯୋଜକ ଜ୍ଞାନେନ୍ଦ୍ର ବେହେରା, ରାଜ୍ୟ ଯୁବ ସଂଯୋଜକ ରାଧେଶ୍ୟାମ ପ୍ରଧାନ, କପିଳେନ୍ଦ୍ର ଯାଦବ, କିର୍ମିରା ବ୍ଲକ ଅଧ୍ୟକ୍ଷ ତେଜରାଜ ସାହୁ, କୋଲାବିରା ଅଧ୍ୟକ୍ଷ ସିର୍ଜୁ ଖମାରୀ , ସାଧାରଣ ସମ୍ପାଦକ ତେଜରାମ ପଧାନ, ବେଲପାହାଡ଼ ସଂଯୋଜକ ଗୋପୀନାଥ ବେହେରା, ଝାରସୁଗୁଡ଼ା ବ୍ଲକ ସଂଯୋଜକ ହେମରାଜ ଗୌଡ,ଜିଲ୍ଲା ଯୁବ ସଂଯୋଜକ ଲରେନ୍ସ ପଧାନ, ଆଦିତ୍ୟ ପଧାନ,ଲିଗାଲ ସେଲ ପ୍ରମୁଖ ଆଇନଜୀବୀ ବଳଦେବ ପଧାନ, ନୂଆପଡ଼ା ଜିଲ୍ଲା ସଂଯୋଜକ ଭରତ ଚନ୍ଦ୍ର ରାଉତ, ଯୁବ ଜିଲ୍ଲା ସଂଯୋଜକ ତୋଫାନ ଯାଦବ , ସୋନପୁର ଜିଲ୍ଲା ସଂଯୋଜକ ପ୍ରିୟବ୍ରତ ସାହୁ ,ଉପଦେଷ୍ଟା ଗୋବିନ୍ଦ ବାରିକ, କଳାହାଣ୍ଡି ଜିଲ୍ଲା ସଂଯୋଜକ ଡାକେ ଲାହାଜେ ପ୍ରମୁଖ ଯୋଗଦାନ କରି ଶିକ୍ଷା ଓ ଚାକିରି କ୍ଷେତ୍ରରେ ଓବିସି ମାନଙ୍କ ନିମନ୍ତେ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା କରିବାକୁ ଦାବି କରିଥିଲେ । ଏଥିସହ ଆଗାମୀ ସାଧାରଣ ନିର୍ବାଚନରେ ସମସ୍ତ ରାଜନୈତିକ ଦଳ ମାନେ ମଧ୍ୟ ଓବିସି ପ୍ରାର୍ଥୀଙ୍କୁ ପ୍ରାଧାନ୍ୟ ଦେବାକୁ ଆହ୍ବାନ ଦେଇଥିଲେ । ଶେଷରେ ଲୋକନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହା ପରେ ଜାଗରଣ ରଥ କନକତୋରାରୁ ବାହାରି ବାଘମୁଣ୍ଡା ଗ୍ରାମରେ ପହଞ୍ଚି ଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ