Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୁରୁଷ ବନ୍ଧ୍ୟାକରଣ ପାଇଁ ଗଡ଼ିଲା ସଚେତନ ରଥକର୍ଲାମୁଣ୍ଡା:୨୭/୧୧(ପ୍ରଦୀପ କୁମାର ସାହୁ)କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ସୋମବାର ପୁରୁଷ ବନ୍ଧ୍ୟାକରଣ ନିମନ୍ତେ ସଚେତନ ସୃଷ୍ଟି ପାଇଁ ସଚେତନ ରଥ ଉଦଘାଟନ ହୋଇଯାଇଛି।ଏଥିରେ ଡାକ୍ତର ଅଖିଲେଶ ସାମଲ, ଭାରପ୍ରାପ୍ତ ବ୍ଲକ ଜନ ସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ କିଶୋର ଦାଶ୍, ଫାର୍ମାସିଷ୍ଟ ପବିତ୍ର ରଣା, ସ୍ୱାସ୍ଥ୍ୟ କର୍ମୀ ବିମଳ ସାହୁ ପ୍ରମୁଖ ଯୋଗ ଦେଇ ରଥ କୁ ପତାକା ଦେଖାଇ ଶୁଭ ଉଦଘାଟନ କରିଥିଲେ।ଏହି ପୁରୁଷ ବନ୍ଧ୍ୟାକରଣ ଶିବିର ଟି ଚଳିତ ମାସ ୨୮ ତାରିଖ ଠାରୁ ଡିସେମ୍ବର ମାସ ୪ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଜଣା ପଡ଼ିଛି। ଠିକ ସେହିପରି ରେଗଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଡିସେମ୍ବର ୧ ତାରିଖରେ ହେବାକୁ ଥିବା ମାନସିକ ରୋଗୀ ଚିହ୍ନଟ ଓ ଚିକିତ୍ସା ଶିବିର ର ପ୍ରଚାର ପ୍ରସାର ପାଇଁ ମଧ୍ୟ ସୋମବାର ସଚେତନ ରଥ ଉଦଘାଟନ ହୋଇଯାଇଛି।

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ସୋମବାର ପୁରୁଷ ବନ୍ଧ୍ୟାକରଣ ନିମନ୍ତେ ସଚେତନ ସୃଷ୍ଟି ପାଇଁ ସଚେତନ ରଥ ଉଦଘାଟନ ହୋଇଯାଇଛି।ଏଥିରେ ଡାକ୍ତର ଅଖିଲେଶ ସାମଲ, ଭାରପ୍ରାପ୍ତ ବ୍ଲକ ଜନ ସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ କିଶୋର ଦାଶ୍, ଫାର୍ମାସିଷ୍ଟ ପବିତ୍ର ରଣା, ସ୍ୱାସ୍ଥ୍ୟ କର୍ମୀ ବିମଳ ସାହୁ ପ୍ରମୁଖ ଯୋଗ ଦେଇ ରଥ କୁ ପତାକା ଦେଖାଇ ଶୁଭ ଉଦଘାଟନ କରିଥିଲେ।ଏହି ପୁରୁଷ ବନ୍ଧ୍ୟାକରଣ ଶିବିର ଟି ଚଳିତ ମାସ ୨୮ ତାରିଖ ଠାରୁ ଡିସେମ୍ବର ମାସ ୪ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଜଣା ପଡ଼ିଛି। ଠିକ ସେହିପରି ରେଗଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଡିସେମ୍ବର ୧ ତାରିଖରେ ହେବାକୁ ଥିବା ମାନସିକ ରୋଗୀ ଚିହ୍ନଟ ଓ ଚିକିତ୍ସା ଶିବିର ର ପ୍ରଚାର ପ୍ରସାର ପାଇଁ ମଧ୍ୟ ସୋମବାର ସଚେତନ ରଥ ଉଦଘାଟନ ହୋଇଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ