Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜି.ଉଦୟଗିରି ଅଧ୍ୟକ୍ଷା ଉପ ନିର୍ବାଚନ : ପ୍ରଚାର ଶେଷ ପରେ ପ୍ରାର୍ଥିନୀଙ୍କ ଅନ୍ଧାରୀ ବିଜେ: ୨୯ରେ ଭାଗ୍ୟ ନିର୍ଦ୍ଧାରଣ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଆଉ ଦିନକ ପରେ ହେବାକୁ ଥିବା ଜି.ଉଦୟଗିରି ଏନଏସିର ଅଧ୍ୟକ୍ଷା ଉପନିର୍ବାଚନ ପାଇଁ ୩ ପ୍ରମୁଖ ଦଳର ପ୍ରଚାର ସରିଛି। ତେବେ ଗତ ପୌରନିର୍ବାଚନ ଅପେକ୍ଷା ଚଳିତ ଉପନିର୍ବାଚନ ଆଗାମୀ ସାଧାରଣ ନିର୍ବାଚନର ଭାଗ୍ୟ ନିର୍ଣ୍ଣାୟକ ହେବ, ତେଣୁ ୩ ପ୍ରମୁଖ ଦଳ ପାଇଁ କର ବା ମର ପରିସ୍ଥିତି ସୃଷ୍ଟି କରୁଥିବା ଦେଖିବାକୁ ମିଳିଛି। ଶାସକ ବିଜେଡି ଦଳ ଗ୍ରାମ୍ୟ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ତଥା ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ, କନ୍ଧମାଳ ସାଂସଦ ଡ଼.ଅଚ୍ୟୁତ ସାମନ୍ତ, କନ୍ଧମାଳ ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ କୁମାର ନାୟକ, ଏସ୍ ଡି ଅଧ୍ୟକ୍ଷ ରୋଦନ ମଲିକ, ଅଭିନେତ୍ରୀ ଏଲିନା ସାମନ୍ତରାୟ, ୧୨ଟି ବ୍ଲକ ଅଧ୍ୟକ୍ଷ ଓ ଅଧ୍ୟକ୍ଷା, ଏନ୍ଏସି ର ପୂର୍ବତନ ଅଧ୍ୟକ୍ଷ ପି.ସଞ୍ଜୀବ କୁମାର ପାତ୍ର ସୋମବାର ଅନ୍ତିମ ଦିନରେ ରାଜ୍ୟସଭା ସାଂସଦ ମୁନା ଖାଁ ପ୍ରମୁଖ ଦିବଂଗତ ଅଧ୍ୟକ୍ଷା ଭାନୁପ୍ରଭା ମିଶ୍ରଙ୍କ ଅଧୁରା ସ୍ଵପ୍ନକୁ ସାକାର କରିବା ନେଇ ଭୋଟ ଭିକ୍ଷା କରିଛନ୍ତି। ସେହିପରି ଜାତୀୟ କଂଗ୍ରେସ ଦଳ ଜିଲ୍ଲା ସଭାପତି ଅନାମ ନାୟକ, ଏଆଇସିସି ସଦସ୍ୟ ଘନ ଶବର, ପୂର୍ବତନ ବିଧାୟିକା ଅଳୟନ୍ତି ପ୍ରଧାନ, ଅମିର୍ ଚାନ୍ଦ ନାୟକ ଶେଷ ଦିନରେ ଗଞ୍ଜାମ ଜିଲ୍ଲା ସଭାପତି ତଥା ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ପ୍ରମୁଖ ପ୍ରାର୍ଥିନୀ ମଧୁଲିନା ଦିଗାଲଙ୍କୁ ସ୍ବର୍ଗତ ଇନ୍ଦିରା ଗାନ୍ଧୀ ଓ ରାଜୀବ ଗାନ୍ଧୀଙ୍କ ଦେଶ ପାଇଁ ବଳିଦାନ ସମ୍ପର୍କରେ ବୁଝାଇ ଭୋଟ ଭିକ୍ଷା କରିଥିଲେ।ସେହିପରି ବିରୋଧୀ ବିଜେପି ପକ୍ଷରୁ ଜିଲ୍ଲା ସଭାପତି ଜଗନ୍ନାଥ ସାହୁ, ଫୁଲବାଣୀ ପୌରାଧ୍ୟକ୍ଷା ସ୍ମିତରାଣୀ ମହାନ୍ତି, ପୂର୍ବତନ ପ୍ରାର୍ଥିନୀ ସୁସ୍ମିତା ଜେନା, ପୂର୍ବତନ ସଭାପତି ଲିଙ୍ଗରାଜ ଦଳବେହେରା, ପୂର୍ବତନ ଅଧ୍ୟକ୍ଷ ବସନ୍ତ କୁମାର ପ୍ରଧାନ ପ୍ରମୁଖ ସମସ୍ତ ୱାର୍ଡରେ ଦଳୀୟ ପ୍ରାର୍ଥିନୀ ରଞ୍ଜିତା ନାୟକଙ୍କୁ ବିପୁଳ ସଂଖ୍ୟାରେ ମତଦାନ କରି ବିଜୟ କରାଇବାକୁ ଭୋଟ ଭିକ୍ଷା କରିଥିଲେ। ତେବେ ଚଳିତ ଉପନର୍ବାଚନରେ ତିନି ପ୍ରମୁଖ ଦଳ ଶାସକ ବିଜେଡି ଦଳ ପ୍ରାର୍ଥିନୀ ଦେବସ୍ମିତା ଶତପଥି, କଂଗ୍ରେସ ଦଳ ତରଫରୁ ମଧୁଲିନା ଦିଗାଲ ଓ ବିରୋଧି ବିଜେପି ପକ୍ଷରୁ ରଞ୍ଜିତା ନାୟକ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି। ତେବେ ବିରୋଧି ବିଜେପି ଓ ଶାସକ ବିଜେଡ଼ି ମଧ୍ୟରେ କଡ଼ା ଟକ୍କର ହେବା ସ୍ପଷ୍ଟ ହୋଇଯାଇଛି। ତେବେ ଗତ ନିର୍ବଚନରେ ଶାସକ ବିଜେଡି ଦଳର ପ୍ରାର୍ଥୀନୀଙ୍କୁ କଡ଼ା ଟକ୍କର ଦେଇଥିବା ସ୍ବାଧୀନ ପ୍ରାର୍ଥୀ ବିଜେଡିରେ ଯୋଗଦେବା ପରେ ତାଙ୍କ ଭୂମିକା ନିର୍ଣ୍ଣାୟକ ଗ୍ରହଣ କରିବ ବୋଲି ରାଜନୈତିକ ସମୀକ୍ଷକ ମାନେ ମତ ପ୍ରକାଶ କରିଛନ୍ତି। ଶାସକ ଦଳ ସମସ୍ତ ପ୍ରସ୍ତୁତି କରିଥିବା ବେଳେ ବିରୋଧୀ ବିଜେପି କେନ୍ଦ୍ରୀୟ ଯୋଜନାର ସଫଳତା ପାଥେୟ କରି ନିଜ ସପକ୍ଷରେ ଭୋଟ ହାତେଇବା ଯୋଜନାରେ ଅଛି ସେହିପରି କଂଗ୍ରେସ ୧୧ ଦଫା ସମ୍ବଳିତ ଇସ୍ତାହାରରେ ନିଜ ସପକ୍ଷରେ ଭୋଟ ଭିକ୍ଷା କରୁଛନ୍ତି। ତେବେ ପ୍ରାର୍ଥିନୀମାନଙ୍କର ଅନ୍ଧାରୀ ବିଜେ ଥିବାବେଳେ ମତଦାନକୁ ମାତ୍ର ଗୋଟିଏ ଦିନ ବାକି ଥିବାବେଳେ ମଙ୍ଗଳବାର ଛାଡଖାଇ ଥିବାରୁ ଭୋଟରଙ୍କୁ କିଏ କେଉଁ ବାଟରେ ଆକୃଷ୍ଟ କରୁଛନ୍ତି, ତାହା ଦେଖିବାକୁ ବାକି ରହିଲା। ଅପରପକ୍ଷେ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ସବୁ ଦଳ ପ୍ରସ୍ତୁତ ହେଉଥିବା ବେଳେ ଆସନ୍ତା ୨୯ ତାରିଖ କାହାକୁ ବିଜୟ ମୁକୁଟ ପିନ୍ଧାଉଛି ଦେଖିବାକୁ ବାକି ଥିବାବେଳେ ମୋଟ ଭୋଟର ସଂଖ୍ୟା ୮୧୮୫ ଜଣ, ସେଥି ମଧ୍ୟରୁ ପୁରୁଷ ଭୋଟର ୩୮୨୦, ମହିଳା ଭୋଟର ୪୩୬୧ ଥିବାବେଳେ ତୃତୀୟଲିଙ୍ଗୀ ୪ଜଣ ଥିବା ଜଣାପଡିଛି l ଏଥିରେ ସର୍ବାଧିକ ମହିଳା ଭୋଟର ଥିବାରୁ ମହିଳା ଭୋଟର ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବା ନେଇ ସ୍ପଷ୍ଟ ହୋଇଥିବା ଜଣାପଡିଛି।