Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟକାରୁମାଲ ଟି୧୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ ଘାଟିତ

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ ରିଂଜା ପଞ୍ଚାୟତ ରେଙ୍ଗାଲି ଖେଳପଡିଆ ଠାରେ ଟକାରୁମାଲ କ୍ରିକେଟ କ୍ଲବ ଦ୍ୱାରା ଏକ ଟି୧୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବରେ ଗାଳ୍ପିକ ତଥା ବିଜ୍ଞାନ ଶିକ୍ଷକ ସଞ୍ଜୀବ କୁମାର ନାଗ କାର୍ଯ୍ୟକ୍ରମଟିକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ବାଲକୁମାର ସାହୁ ତଥା ଅନ୍ୟମାନେ ମଞ୍ଚାସିନ ହୋଇଥିଲେ।କେନ୍ଦୁବନ୍ଧ ଏବଂ ଭଟାପଲା କ୍ରିକେଟ ଦଳ ମଧ୍ୟରେ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ ଅନୁଷ୍ଠିତ ହୋଇଥିଲା। କେନ୍ଦୁବନ୍ଧ ଦଳ ଟସ ଜିଣି ପ୍ରଥମେ ବ୍ୟାଟିଙ୍ଗ କରିବାର ନିଷ୍ପତ୍ତି ନେଇ ନିର୍ଦ୍ଧାରିତ ୧୦ ଓଭରରେ ୮୦ ରନ ସଂଗ୍ରହ କରିଥିଲେ। ଭଟ୍ଟାପଲା ଦଳ ୮୧ ରନର ବିଜୟ ଲକ୍ଷ୍ୟ ନେଇ ନିର୍ଦ୍ଧାରିତ ଓଭରରେ ୯ ୱିକେଟ ହରାଇ ୭୮ ରନ ସଂଗ୍ରହ କରି ପରାଜୟ ହୋଇଥିଲା ।ଫଳରେ କେନ୍ଦୁବନ୍ଧ ଦଳ ବିଜୟ ହୋଇଥିଲେ।ଟୁର୍ଣ୍ଣାମେଣ୍ଟ ସମ୍ପାଦକ ସୂର୍ଯ୍ୟକାନ୍ତ ସାହୁ, ବିକାଶ ସାହୁ, ଗୋପାଳ ସାହୁ, ସନନ୍ଦ ସାହୁ, ସୁରେଶ ହାତୀ, ମୋନୋଜ ହରପାଲ, ଦୁଃଖ ବାଗ ତଥା ଘନ ସାହୁ ଉଦଘାଟନୀ ଉତ୍ସବଟିକୁ ସଫଳତାର ସହ ପରିଚାଳନା କରିଥିଲେ।