Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅରୁଣାଚଳ ପ୍ରଦେଶ ଉପରେ ଚୀନ୍‌ର କବ୍‌ଜା; ୧୧ ସ୍ଥାନକୁ କଲା ନିଜ ନାଁରେ

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶକୁ ନିଜ ଅକ୍ତିଆରରେ ଆଣିବା ପାଇଁ ଓ ସମ୍ପୂର୍ଣ୍ଣ ରାଜ୍ୟ ଉପରେ ନିଜ ହକ୍‌ ସାବ୍ୟସ୍ତ କରିବା ଲାଗି ଚୀନ୍ ସମୟ ସମୟରେ ଚେଷ୍ଟା ଜାରି ରଖିଛି। ପୁଣିଥରେ ଚୀନ୍ ନିଜ ମାନଚିତ୍ରରେ ଅରୁଣାଚଳ ପ୍ରଦେଶ ସହ ଜଡିତ ସ୍ଥାନଗୁଡିକର ନାମ ପରିବର୍ତ୍ତନ କରିଛି।

ଏ ନେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପକ୍ଷରୁ ଏକ ବିବୃତ୍ତି ସାମ୍ନାକୁ ଆସିଛି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ଯେ ଚୀନ୍ ଏଭଳି ଉଦ୍ୟମ କରିବା ପ୍ରଥମ ଘଟଣା ନୁହେଁ। ଆମେ ଏହାକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରୁଛୁ। ଅରୁଣାଚଳ ପ୍ରଦେଶ ହେଉଛି ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ। ସେ କହିଛନ୍ତି ଯେ ଖାଲି ନାମ ବଦଳେଇ ଦେଲେ ଏହି ବାସ୍ତବତାକୁ ପରିବର୍ତ୍ତନ କରାଯାଇପାରିବ ନାହିଁ।

ବାସ୍ତବରେ, ଏପ୍ରିଲ ୧ରେ ଚୀନ୍‌ର ମନ୍ତ୍ରାଳୟ ପକ୍ଷରୁ ଅରୁଣାଚଳ ପ୍ରଦେଶର ୧୧ଟି ସ୍ଥାନ ପାଇଁ ନୂଆ ନାମ ଜାରି କରିଥିଲା। ଏହି ସ୍ଥାନଗୁଡିକର ନାମ ବଦଳାଇ ଏହାକୁ ‘ତିବ୍ଦତର ଦକ୍ଷିଣ ଭାଗ ଜାଙ୍ଗନାନ୍’ ବୋଲି କହିଥିଲା। । ଏହି ତାଲିକାରେ ଦୁଇଟି ଭୂମି କ୍ଷେତ୍ର, ଦୁଇଟି ଜନବସତି କ୍ଷେତ୍ର, ପାଞ୍ଚଟି ପର୍ବତ ଶିଖର, ଦୁଇଟି ନଦୀ ନାଁ ଅନ୍ତର୍ଭୁକ୍ତ। ତାଲିକା ସହିତ ଏକ ମାନଚିତ୍ର ମଧ୍ୟ ପ୍ରକାଶ ପାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ