Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ଲକ ସ୍ତରୀୟ ବିଜ୍ଞାନ ମେଳା

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଂଜା ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ବୁଧବାର ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧକ୍ଷ୍ୟା ଶ୍ରୀମତୀ କୁନି ସାହୁ,ସମ୍ମାନିତ ଅତିଥି ଭାବେ ସମିତି ସଭ୍ୟ ଆନନ୍ଦ କୁମାର ନାଗ ଯୋଗ ଦେଇ ବିଜ୍ଞାନ ମେଳା କୁ ଉଦଘାଟନ କରିଥିଲେ।ଏଥିରେ ବ୍ଲକର ସମସ୍ତ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟରୁ କନିଷ୍ଠ ବର୍ଗରେ ୮୧ ଜଣ ଓ ବରିଷ୍ଠ ବର୍ଗରେ ୪୭ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗୀ ମାନଙ୍କ ମଧ୍ୟ ରୁ ବରିଷ୍ଠ ବର୍ଗ ରେ ରିଂଜା ହାଇସ୍କୁଲ ର ଛାତ୍ର ଅମନ କୁମାର ସାହୁ( ପ୍ରଥମ)ରତନ ଭୋଇ ପଞ୍ଚାୟତ ସମିତି ହାଇସ୍କୁଲ ର ଛାତ୍ର ରାଉତ ସାହୁ(,ଦ୍ୱିତୀୟ )ରେଗଡା ଆଦର୍ଶ ବିଦ୍ୟାଳୟ ଛାତ୍ର ଡୁଳେନ୍ଦ୍ର ସାହୁ( ତୃତୀୟ) ସେହିପରି କନିଷ୍ଠ ବର୍ଗ ରେ ସରକାରୀ ହାଇସ୍କୁଲ ରିଷିଡା ଛାତ୍ର ଆଦିତ୍ୟ ରଣା( ପ୍ରଥମ)
ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ତନ୍ମୟୀ ସାହୁ,(ଦ୍ୱିତୀୟ)
ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ସୁଭଦ୍ରା ସାହୁ (ତୃତୀୟ) ଉଦଜାପନି ସମାରୋହରେ କର୍ଲାମୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ବିଜୟ ଲଷ୍ମୀ ନାଗ ଙ୍କ ଅଧ୍ୟକ୍ଷତାରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେ,ମୁଖ୍ୟ ବକ୍ତା ଭାବେ ବିଜେପୁର ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଉମେଶ ଦାଶ୍, ସମ୍ମାନିତ ଅତିଥି ଭାବେ କେସିଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ଆନନ୍ଦ କୁମାର ବେହେରା,ଗୋଷ୍ଠୀ ବିଜ୍ଞାନ ସାଧନା କେନ୍ଦ୍ର ସଭାପତି ଲଳିତ ମୋହନ ସାହୁ,ସଂପାଦକ ସଂଜୀବ କୁମାର ନାଗ, ଆୟୋଜକ କମିଟିର ସମ୍ପାଦକ ତଥା ରିଂଜା ଗ୍ରାମ ପଂଚାୟତ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ରାମ ଚନ୍ଦ୍ର ରଥ ପ୍ରମୁଖ ଯୋଗ ଦେଇ ଭାରତୀୟ ପରମ୍ପରା ବିଜ୍ଞାନ ଉପରେ ପର୍ଯବେସିତ ବୋଲି ମତ ପୋଷଣ କରିଥିଲେ।ଏହି ଅବସରରେ ମାଧ୍ୟମିକ ବିଦ୍ୟାଳୟ ସ୍ତରରେ ରିଂଜା ଗ୍ରା.ପ ଉଚ୍ଚ ବିଦ୍ୟାଳୟ ର୍ବିଜ୍ଞାନ ଶିକ୍ଷକ ସଞ୍ଜୀବ କୁମାର ନାଗ,ରେଗଡା ଆଦର୍ଶ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ଆଶିଷ କୁମାର ଭୋଇ ଓ ପ୍ରାଥମିକ ବିଦ୍ୟାଳୟ ସ୍ତରରେ ଗଜବାହଲ ପୁରୁଷୋତ୍ତମ ସରକାରୀ ଉଚ୍ଚ ବିଦ୍ୟାଳୟ ଶିକ୍ଷକ ସୌଭାଗ୍ୟ କୁମାର ସାହୁ ଙ୍କୁ ସମ୍ମାନିତ କରାଯାଇଥିଲା ।ସଭା କାର୍ଯ୍ୟ ରେ ସୁରେଶ ଚନ୍ଦ୍ର ମିଶ୍ର ମଞ୍ଚ ପରିଚାଳନା କରିଥିଲେ। ବିଦ୍ୟାଳୟ ର ଛାତ୍ରୀ ଛାତ୍ର ମାନଙ୍କ ଦ୍ୱାରା ପରିବେଷିତ ସଂସ୍କୃତିକ କାର୍ଯ୍ୟକ୍ରମ ମନ ମୋହିଥିଲା। ଏଥିରେ ସମସ୍ତ ବିଦ୍ୟାଳୟ ର ଶିକ୍ଷକ ବେଲାର ପୁଟେଲ,ଅରବିନ୍ଦ ସାହୁ,ଶ୍ରୀ କୃଷ୍ଣ ପୁଟେଲ ଙ୍କ ସମେତ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ/ ଅଭିଭାବିକା,ପରିଚାଳନା କମିଟିର ସଦସ୍ୟ/ସଦସ୍ୟ ମାନେ ସହଯୋଗ କରିଥିଲେ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ