Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରଧାନ ଶିକ୍ଷକ ପ୍ରସନ୍ନ କୁମାର ପ୍ରଧାନ ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା.

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ସ୍ଥିତ ରତନ ଭୋଇ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରସନ୍ନ କୁମାର ପ୍ରଧାନ ଗୁରୁବାର ଚାକିରିରୁ ଅବସର ଗ୍ରହଣ କରିଥିବା ଜଣା ପଡିଛି।ଏହି ଅବସରରେ ଅୟୋଜିତ ଅବସର କାଳୀନ ସମ୍ବର୍ଦ୍ଧନା ସଭା ରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ନନ୍ଦି କିଶୋର ଭୋଇ ଙ୍କ ସଭାପତି ରେ ମୁଖ୍ୟ ଅତିଥି ଭାବେ ତେରେସିଙ୍ଗା ହାଇସ୍କୁଲ ପ୍ରଧାନ ଶିକ୍ଷକ ଗରୁଡ଼ଧ୍ଵଜ ଗହୀର, ସମ୍ମାନିତ ଅତିଥି ଭାବେ ଅବସର ଗ୍ରହଣ କରିଥିବା ରତନ ଭୋଇ ପଞ୍ଚାୟତ ସମିତି ହାଇସ୍କୁଲ ର ପ୍ରଧାନ ଶିକ୍ଷକ ପ୍ରସନ୍ନ କୁମାର ପ୍ରଧାନ, ବ୍ଲକ ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇ, ବେଲଖଣ୍ଡି ହାଇସ୍କୁଲ ର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ମକରଧ୍ୱଜ ପୁଟେଲ, ଫଟକା ମାଲ ହାଇସ୍କୁଲ ର ଅବସର ପ୍ରାପ୍ତ ବିଜ୍ଞାନ ଶିକ୍ଷକ ଦେବାନନ୍ଦ ବାଗ ପ୍ରମୁଖ ଯୋଗ ଦେଇ ବିଦାୟୀ ଶିକ୍ଷକ ଙ୍କ କର୍ତ୍ତବ୍ୟ ନିଷ୍ଠା ଓ ଉତ୍ତମ ଶିକ୍ଷକତା କୁ ପ୍ରଂଶସା କରିବା ସହ ସମ୍ବର୍ଦ୍ଧନା ଜଣାଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପରିଚାଳନା କମିଟିର ସଦସ୍ୟ ଦିନବନ୍ଧୁ ସାହୁ,ରଶ୍ମି କାନ୍ତ ସାହୁ, ମିତ୍ର ଭାନୁ ସାହୁ,ଜଳନ୍ଧର ଭୋଇ,ଅବସର ପ୍ରାପ୍ତ ବିଜ୍ଞାନ ଶିକ୍ଷକ ପବିତ୍ର ମୋହନ ପଶା,ଅବସର ପ୍ରାପ୍ତ ହିନ୍ଦୀ ଶିକ୍ଷକ ବସନ୍ତ କୁମାର ପଟ୍ଟନାୟ,ଅବସର ପ୍ରାପ୍ତ ସଂସ୍କୃତ ଶିକ୍ଷକ ପ୍ରଦୀପ୍ତ କୁମାର ଷଡ଼ଙ୍ଗୀ, , ରେଗଡା ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଶୈଳେନ୍ଦ୍ର କୁମାର ନାଏକ, ପୌରକେଲା ହାଇସ୍କୁଲ ପ୍ରଧାନ ଶିକ୍ଷକ ଶ୍ରୀବତ୍ସ ରଣା, ଭଟାପଲା ହାଇସ୍କୁଲ ପ୍ରଧାନ ଶିକ୍ଷକ ପ୍ରାଣବନ୍ଧୁରଣା,ରିଂଜା ହାଇ ସ୍କୁଲର ବିଜ୍ଞାନ ଶିକ୍ଷକ ସୁରେଶ ଚନ୍ଦ୍ର ମିଶ୍ର, ସଂଜୀବ କୁମାର ନାଗ, ହିନ୍ଦୀ ଶିକ୍ଷକ ଅରବିନ୍ଦ ସାହୁ ,ରତନ ଭୋଇ ପଞ୍ଚାୟତ ସମିତି ହାଇସ୍କୁଲ ର ବିଜ୍ଞାନ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ରାଉତ, କିରାଣୀ ଅମ୍ବିଲାଲ ସାହୁ,ଙ୍କ ସମେତ ବିଦ୍ୟାଳୟ ର ଛାତ୍ରୀ/ଛାତ୍ର ପରିଚାଳନା କମିଟିର ସଦସ୍ୟ/ସଦସ୍ୟା ଓ ଅନ୍ୟାନ୍ୟ ହାଇ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମ ରେ ପବିତ୍ର ମୋହନ ପାଶା ମଞ୍ଚ ପରିଚାଳନା କରିଥିଲେ। ତେବେ ଏହି ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ଙ୍କ ଅବସର ନେବା ପରେ ନବମ ଦଶମ ଶ୍ରେଣୀରେ ମୋଟ ୧୨୯ ଜଣ ଛାତ୍ରଛାତ୍ରୀ ଙ୍କୁ ପାଠ ପଢେଇବା ପାଇଁ ଜଣେ ମାତ୍ର ସରକାରୀ ଵିଜ୍ଞାନ ଶିକ୍ଷକ ରହିଥିବା ବେଳେ ଅବସର ପ୍ରାପ୍ତ ୩ ଜଣ ଅତିଥି ଶିକ୍ଷକ ଙ୍କ ଦ୍ଵାରା ଶିକ୍ଷା ଦାନ ଚାଲିଥିବା ଜଣା ପଡ଼ିଛି

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ