Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖଡ଼ିଆଳ ସ୍ଵଂୟ ଶାସିତ ମହାବିଦ୍ୟାଳୟରେ ନୂଆ ଯୁବ ଓଡିଶା ଓ ନବୀନ ଓଡ଼ିଶା କାର୍ଯ୍ୟକ୍ରମ

ଖଡ଼ିଆଳ : ନୂଆପଡ଼ା ଜିଲା ସ୍ଥିତ ଖଡ଼ିଆଳ ସ୍ଵୟଂଶାସିତ ମହାବିଦ୍ୟାଳୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଖଡ଼ିଆଳରେ ନୂଆ-ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଶୁକ୍ରବାର ଶୁଭ ଉଦଘାଟିତ ହୋଇଛି । ସ୍ଥାନୀୟ ବିଧାୟକ ଅଧିରାଜ୍ ମୋହନ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ଡିସେମ୍ବର ୧ ରୁ ୨୦ ତାରିଖ ଅର୍ଥାତ୍ ୨୦ ଦିନ ପର୍ଯ୍ୟନ୍ତ ଯୁବକ ଯୁବତୀ ମାନଙ୍କ ଭିତରେ ଲୁଚି ରହିଥିବା ସାମାଜିକ, ସାଂସ୍କୃତିକ ଓ ଖେଳ ଆଦି ଲୁକ୍କାଇତ ପ୍ରତିଭାର ବିକାଶ ପାଇଁ ଚାଲୁରହିବ । କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନ ଯୁକ୍ତତିନି ଅଧ୍ୟକ୍ଷ ଡକ୍ଟର ତରୁଣ କୁମାର ପ୍ରଧାନ ସଭାପତିତ୍ବ କରିଥିବା ବେଳେ ଅଧ୍ୟାପକ ସୁନିଲ କୁମାର ପାଢ଼ୀ ସ୍ଵାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ ଗଭର୍ନିଂ ବଡ଼ି ସଦସ୍ୟ କୈଳାଶ ଚନ୍ଦ୍ର ଅଗ୍ରୱାଲ, ଜିଲା ନୋଡାଲ ଅଫିସର୍ ଡକ୍ଟର ପଦ୍ମଲୋଚନ ବର୍ମା, ଯୁକ୍ତ ଦୁଇ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପଣ୍ଡା ତଥା ଖେଳକୁଦ ଡକ୍ଟର ରଣବୀର ସିଂ, ସଂସ୍କୃତି କାର୍ଯ୍ୟକ୍ରମ ମୀନା ଗୁଜରାତି ଓ ସାମାଜିକ କାର୍ଯ୍ୟକ୍ରମ ଡକ୍ଟର ସୁନିଲ କୁମାର ପାଢ଼ୀ ଆଦିରେ ଦାୟିତ୍ଵ ଗ୍ରହଣ କରିବା ସହ ଉପସ୍ଥିତ ରହିଥିଲେ । ନୋଡାଲ ଅଫିସର୍ ଡକ୍ଟର ପଦ୍ମଲୋଚନ ବର୍ମା ନୂଆ-ଓ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଛାତ୍ରଛାତ୍ରୀଙ୍କୁ ଅବଗତ କରିଥିଲେ । କାର୍ଯ୍ୟକ୍ରମର ଦ୍ଵିତୀୟ ଅଧିବେସନରେ ସୃଷ୍ଟି ଏନ୍.ଜି.ଓ ର ଡକ୍ଟର ପବିତ୍ର ମୋହନ ପ୍ରଧାନ ଉପସ୍ଥିତ ରହି ବିଶ୍ଵ ଏଡ଼ସ ଦିବସ ଉପଲକ୍ଷେ ଛାତ୍ରଛାତ୍ରୀଙ୍କୁ ମାରାତ୍ମକ ଏଡ଼ସ ରୋଗର ଭୟଭୟତା ଓ ନିରାକରଣ ବିଷୟରେ ବିଶେଷ ଭାବେ ଆଲୋକପାତ କରିଥିଲେ । ତାସହିତ ଯୁକ୍ତତିନି ଏନ୍.ଏସ୍.ଏସ୍ କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ସୁରଞ୍ଜନ ପ୍ରଧାନ, ଯୁକ୍ତଦୁଇ ଏନ୍.ଏସ୍.ଏସ୍ କାର୍ଯ୍ୟକ୍ରମ ଅଧିକାରୀ ଶୁଭେନ୍ଦୁ ନିଆଲ୍, ରେଡ଼କ୍ରସ ସଂଯୋଜକ ଡକ୍ଟର ଶୁଭ୍ରାନନ୍ସିସ ବାରିକ, ଏନ୍.ସି.ସି ମୁଖ୍ୟ ଡକ୍ଟର ବିଶ୍ନୁଦେବ ମଲ୍ଲିକ ଓ ଏନ୍.ଏସ୍.ଏସ୍ ଜିଲା ସଂଜୋଯିକା ପ୍ରଣତି ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ । ପରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏଡ଼ସ ସଚେତନତା ଶୋଭାଯାତ୍ରାରେ ଯାଇ ସ୍ଥାନୀୟ ଲୋକମାନଙ୍କୁ ସଚେତନ ଓ ଜାଗ୍ରତ କରାଯାଇଥିଲେ । ଏଥିରେ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକାଙ୍କ ସହ ଦୁଇ ହଜାର ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ । ଶେଷରେ ଅଧ୍ୟାପକ ଡକ୍ଟର ସୁରଞ୍ଜନ ପ୍ରଧାନ ଧନ୍ୟବାଦ୍ ପ୍ରଦାନ କରିଥିଲେ ।