Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଇତିହାସ ବିଭାଗ ପ୍ରଥମ ବର୍ଷ ଛାତ୍ରଛାତ୍ରୀସ୍ଵାଗତ ଓ ସମର୍ଦ୍ଧନା ସଭା ଅନୁଷ୍ଠିତ ଙ୍କୁ

ଖଡ଼ିଆଳ : ଖଡ଼ିଆଳ ସ୍ଵୟଂଶାସତ ମହାବିଦ୍ୟାଳୟର ଇତିହାସ ବିଭାଗ ପକ୍ଷରୁ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କୁ ସ୍ବାଗତ ଏବଂ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କଲେଜ ଅଧ୍ୟକ୍ଷ ଡ଼ା.ତରୁଣ କୁମାର ପ୍ରଧାନ ଯୋଗ ଦେଇ ଛାତ୍ର ଜୀବନ ଏକ ମହତ୍ତ୍ୱପୂର୍ଣ୍ଣ ସମୟ ଅଟେ, ଏହାର ସଦ ବିନିଯୋଗ କରି ଉତ୍ତମ ନାଗରିକ ଗଢି ତୋଳିବା ନିଜ ହାତ ରେ ବୋଲି ମତବ୍ୟକ୍ତ କରିଥିଲେ।ଇତିହାସ ବିଭାଗ ମୁଖ୍ୟ ଅଧ୍ୟାପକ ଡ଼ା. ମହମ୍ମଦ ୟାମିନ ସଭା ପରିଚାଳନା କରିଥିଲେ। ପ୍ରତ୍ନତତ୍ତ୍ଵ ବିଭାଗ ଅଧ୍ୟାପକ ଡ଼ା.ରଣବିର ସିଂହ, ଇତିହାସ ବିଭାଗ ଅଧ୍ୟାପକ ରାଜକୁମାର ରତେ ଯୋଗ ଦେଇଥିଲେ। +୨ ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପଣ୍ଡା ମଧ୍ୟ ମଞ୍ଚାସିନ ଥିଲେ। ଯୁକ୍ତ ୩ ଦ୍ବିତୀୟ ବର୍ଷ ଛାତ୍ରଛାତ୍ରୀ ମାନେ ସ୍ବାଗତ କରିଥିବା ବେଳେ ତୃତୀୟ ବର୍ଷ ଛାତ୍ରଛାତ୍ରୀ ସାମିଲ ହୋଇ ସମ୍ବର୍ଦ୍ଧନା ସଭାକୁ ସଫଳ କରିଥିଲେ। ବୀଣାପାଣି ଦୀପ, ନିବେଦିତା ବାରିକ, ହେମକାନ୍ତ ସଗାରିଆ, ମହେଶ୍ଵତା ମହାପାତ୍ର, ମନିଷା ସାହୁ ପ୍ରମୁଖଙ୍କ ସହ ଶତାଧିକ ଛାତ୍ରଛାତ୍ରୀ ନେତୃତ୍ୱ ନେଇଥିଲେ ।