Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଶ୍ୱ ଏଡସ ଦିବସ ପାଳନ

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ କୁଶୁର୍ଲା ହରଗୌରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ବିଶ୍ୱ ଏଡସ ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ ଛାତ୍ରୀ ଛାତ୍ର ମାନଙ୍କୁ ନେଇ ସଚେତନତା ସୃଷ୍ଟି ଉଦେଶ୍ୟ ରେ ଏକ ଶୋଭାଯାତ୍ରା ବାହାରିଥିଲା।ପରେ ପରେ ଛାତ୍ରୀ ଛାତ୍ର ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। କଲେଜ ର ଅଧ୍ୟକ୍ଷ ସୁବୋଧ କୁମାର ଶତପଥୀ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଡାକ୍ତର ଶିଖିଧ୍ୱଜ ପଟେଲ ଙ୍କ ଦ୍ଵାରା ବିଜୟୀ ଛାତ୍ରୀ ଛାତ୍ର ମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।କାର୍ଯ୍ୟକ୍ରମ ଟି ଯୁବ ରେଡ଼କ୍ରସ ସଂଯୋଜକ ବିରେନ୍ଦ୍ର କୁମାର ସାହୁ ଙ୍କ ନେତୃତ୍ୱରେ ହୋଇଥିବା ବେଳେ ଅଧ୍ୟାପିକା ସୁଶ୍ରୀ ଜ୍ୟୋତି ମାଳା ରାଉତ, ଖେଳ ଶିକ୍ଷକ ରାଜକିଶୋର ରଣା ,ଧ୍ରୁବ ଚରଣ ସାହୁ, ଚୁଡାମଣି ସାହୁ,ଶିବାଜୀ ବାରିକ,ଶାନ୍ତନୁ ସାହୁ,କାନହୁ ଭୋଇ ପ୍ରମୁଖ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ