Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାମଚଣ୍ଡୀ ପୀଠରେ ଚୈତ୍ର ପୂଜା ସମ୍ପନ୍ନ

ସୋହେଲା-ସୋହେଲା ବ୍ଳକର ଡୁମ୍ୱେରପାଲି ପଞ୍ଚାୟତ ଅନ୍ତର୍ଗତ ଲମ୍ବରୁପାଲି ଠାରେ ଥିବା ରଣେଶ୍ଵର ରାମଚଣ୍ଡୀ ପୀଠରେ ତିନିଦିନ ଧରି ଚାଲିଥିବା ଚୈତ୍ର ବାସନ୍ତୀକ ପୂଜା ଆଜି ସମ୍ପନ୍ନ ହୋଇଯାଇଛି । ଗତ ୨ ତାରିଖ ରବିବାର ଲମ୍ବରୁପାଲି କଟାରୁ ଶତାଧିକ ମହିଳା ଏକ ଶୋଭାଯାତ୍ରାରେ ଯାଇ ଗ୍ରାମର କଟାରେ ବିଧି ଅନୁସାରେ ପୂଜା କଲା ପରେ ପୂର୍ଣ୍ଣ କଳସ ଆଣି ପୂଜା ମଣ୍ଡପରେ ସ୍ଥାପନ କଲାପରେ ପୂଜା ଆରମ୍ଭ ହୋଇଥିଲା। ବ୍ୟାସଦେବ ସାହୁ ଓ ତାଙ୍କ ପତ୍ନୀ ଭାଗ୍ୟବନ୍ତି ସାହୁ କର୍ତା ଦାୟିତ୍ଵ ନିର୍ବାହ କରିଥିଲେ। ପଣ୍ଡିତ ସରୋଜ ଦେବତା ଓ ମନ୍ଦିର ପୂଜକ ଗୌର ପଧାନ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ ।ପ୍ରତ୍ୟହ ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।ସୋହେଲା ବ୍ଳକ କୁଲିତା ସମାଜର ସଭାପତି ଗୋବିନ୍ଦ ସାହୁ ,ସଂପାଦକ ରମାକାନ୍ତ ଭୋଇ,ରାଧାକାନ୍ତ ଭୋଇ, ଗଣତନ୍ତ୍ର ପଧାନ, ତୀର୍ଥବାସି ପାତ୍ର, ବାବୁଲୁ ପଧାନ,ଅଧିକାରୀ ପଧାନ, ଯୁଧିଷ୍ଠିର ନାୟକ,ଚତୁର୍ଭୁଜ୍ ପଧାନ,ଅକ୍ଷୟ ଭୋଇ ,ବୈବସ୍ଵତ ପଧାନ , ମକୁନ୍ଦ ପାତ୍ର , ଭୁବନେଶ୍ବର ଖମାରୀ,ଦୈତାରୀ ଭୋଇ, ବିରେନ୍ ନାୟକ ପ୍ରମୁଖ ପୂଜା କାର୍ଯ୍ୟରେ ସହଯୋଗ କରିଥିଲେ। ବିଭିନ୍ନ ଦିବସରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ବବି ପଧାନ, ବିଡିଓ ବିଶ୍ବରଂଜନ କର, ସୋହେଲା ଥାନା ଆଇଆଇସି ହରିବନ୍ଧୁ ଗଡତିଆ,ଯୁବ ନେତା ସୁବ୍ରତ ସିଂହ, ମହେନ୍ଦ୍ର ବଢେଇ,ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ପ୍ରଫୁଲ୍ଲ ପଧାନ ପ୍ରମୁଖ ଯୋଗ ଦେଇଥିଲେ।