Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ଲକ ସ୍ତରୀୟ ବିଶ୍ୱ ଦିବ୍ୟାଙ୍ଗ ଦିବସ ପାଳନ……ଦିବ୍ୟଙ୍ଗ ଛାତ୍ରୀ ଛାତ୍ର ଦେଖେଇଲେ କମାଲ

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଗୋଷ୍ଠୀ ଶିକ୍ଷା ବିଭାଗ କାର୍ଯଳୟ ପରିସରରେ ରବିବାର ବିଶ୍ୱ ଦିବ୍ୟାଙ୍ଗ ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ ଦିବ୍ୟଙ୍ଗ ଛାତ୍ରୀ ଛାତ୍ର ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯିବା ସହ ପ୍ରମାଣ ପତ୍ର ଓ ପୁରସ୍କୃତ କରାଯାଇଥିଲା। ପ୍ରତିଯୋଗିତାରେ ଖେଳଶିକ୍ଷକ ପଦ୍ମନାଭବନଛୋର, ଥବିରଭୋଇ, ବୈଜୟନ୍ତୀ ପୋଢ଼ ପରିଚାଳନା କରିଥିଲେ। ।ପୁରସ୍କାର ବିତରଣ ସଭାରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରାମ ଚନ୍ଦ୍ର ସା ସଭାପତି ତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ତହସିଲଦାର ଅରୁଣ ବର୍ଗେ, ସମ୍ମାନିତ ଅତିଥି ଭାବେ କର୍ଲାମୁଣ୍ଡା ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋପମଣୀ ସାହୁ, ସିଆରସିସି ମଧୁସୂଦନ ଧରୁଆ ପ୍ରମୁଖ ଯୋଗ ଦେଇ ଆଜି ଦିବସର ତାପର୍ଯ୍ୟ କହିବା ସହ ଦିବ୍ୟଙ୍ଗ ହେଲେ ମଧ୍ୟ ସେମାନଙ୍କ ପାଖରେ ଅନେକ ଆଭ୍ୟନ୍ତରୀଣ ଗୁଣ ରହିଥାଏ,ତାକୁ ଆମେ ଜାଣିବାକୁ ହେବ ବୋଲି ମତପ୍ରକାଶ କରିଥିଲେ।କାର୍ଯ୍ୟକ୍ରମ ରେ ଉଜ୍ଜ୍ୱଳ କୁମାର ସାହୁ ସଂଯୋଜନା କରିଥିଲେ ଓ ବିଆରଟି ପ୍ରଦୀପ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ବିଆରର୍ଟି ପ୍ରକାଶ ବିଶ୍ୱାଳ, ଗୋଷ୍ଠୀ ଶିକ୍ଷା ବିଭାଗ ର କ୍ଷୀରୋଦ ବଡ଼ମାଲି,ପ୍ରଫୁଲ୍ଲ କୁମାର ପାଠୀ, ,ସିଆରସିସି ହେମନ୍ତ କୁମାର ନାଏକ,, ସଞ୍ଜୟ କୁମାର ଦାସ,ଡିଇଓ ବୃନ୍ଦାବନ ରଣା, ରୋହିତ ସାହୁ, ଉମାକାନ୍ତ ସାହୁ,ଶିକ୍ଷକ ମନୋଜ ଦାସ, ହିମାଂଶୁ ଦାଶ୍ ,ପପୁ କୁମାର ଙ୍କ ସମେତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଆୟୋଜନ ରେ ସହଯୋଗ କରିଥିଲେ। ଦିବ୍ୟଙ୍ଗ ଛାତ୍ରୀ ଛାତ୍ର ମାନଙ୍କ ଦ୍ଵାରା ଆୟୋଜିତ ସଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକ ମାନଙ୍କ ମନ ମୋହିଥିଲା

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ