Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିକାଶ ଗ୍ରୁପ୍ ଅଫ୍ ଇନଷ୍ଟୀଚ୍ୟୁସନ୍ ଭବାନୀପାଟଣାର ବାର୍ଷିକ ଉତ୍ସବ “ହାରଭେଷ୍ଟ ୨୦୨୩” ଅନୁଷ୍ଠିତ

ଭବାନୀପାଟଣା,୦୩/୧୨ ଭବାନୀପାଟଣା ସ୍ଥିତ ବିକାଶ ଉଇସଡମ ପାର୍କ ଠାରେ ବିକାଶ ଗ୍ରୁପ୍ ଅଫ୍ ଇନଷ୍ଟୀଚ୍ୟୁସନ୍ ଭବାନୀପାଟଣାର ପଞ୍ଚମ ବାର୍ଷିକ ଉତ୍ସବ “ହାରଭେଷ୍ଟ ୨୦୨୩ ” ମହାସମାରୋହରେ ପାଳିତ ହୋଇ ଯାଇଛି । ନିର୍ଦ୍ଦେଶକ ଶ୍ରୀ ଡି.ରାମ କୁମାର ସ୍ବାଗତ ଭାଷଣ ଓ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ଶ୍ରୀଯୁକ୍ତ ତନ୍ମୟ କୁମାର ଦରୁଆନ୍ ଅତିରିକ୍ତ ଜିଲ୍ଲାପାଳ, କଳାହାଣ୍ଡି ,ମୁଖ୍ୟ ଅତିଥି ରୂପେ ଯୋଗଦେଇ ତାଙ୍କ ଅଭିଭାଷଣରେ ଶିକ୍ଷା ସହ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ଅନୁକୂଳ ପରିବେଶ ସୃଷ୍ଟି କରିବାରେ ବିକାଶ ଏକ ଅଗ୍ରଣୀ ଅନୁଷ୍ଠାନ ବୋଲି ପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ଭାବେ ଶ୍ରୀ ଡି.ନାଗେଶ୍ଵର ରାଓ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ, ବିଦ୍ୟାର୍ଥୀଙ୍କ ସର୍ବାଙ୍ଗୀନ ଉନ୍ନତିରେ ସମ୍ପାତିକ ଶିକ୍ଷା ପଦ୍ଧତିର ସମସ୍ତ ଦିଗ ସହ ସମନ୍ଵୟ ପୂର୍ବକ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ନିମନ୍ତେ ବିକାଶ ଶିକ୍ଷାନୁଷ୍ଠାନ ସର୍ବଦା ପ୍ରଚେଷ୍ଟା ଜାରି ରଖିଥିବା ପ୍ରକାଶ କରିଥିଲେ। ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଡି.ଶ୍ୟାମ ତାଙ୍କ ଅଭିଭାଷଣରେ ପରିବର୍ତ୍ତନ ହିଁ ପ୍ରକୃତିର ନିୟମ ଅଟେ। ସମୟାନୁସାରେ ଏହି ପରିବର୍ତ୍ତିତ ପରିସ୍ଥିତି ସହ ତାଳ ମିଳାଇ ଆଗକୁ ବଢ଼ିବା ହିଁ ବିକାଶର ମୁଖ୍ୟ ସୋପାନ ବୋଲି ଦର୍ଶାଇ ଥିଲେ । ଏହି ଅବସରରେ ଶ୍ରୀ ଜି.ରାମକ୍ରୀଷ୍ଣା ଏକାଡେମିକ ନିର୍ଦ୍ଦେଶକ ସମ୍ବଲପୁର, ଗୀତିକା ଚୌଧୁରୀ ନିର୍ଦ୍ଦେଶିକା ସମ୍ବଲପୁର , ଶ୍ରୀ ଭି.ଭି. ସତ୍ୟନାରାୟଣ ପରିଚାଳନା ମଣ୍ଡଳୀ ସଦସ୍ୟ, ଶ୍ରୀ ଭି.ଭି.ପ୍ରତାପ ପରିଚାଳନା ମଣ୍ଡଳୀ ସଦସ୍ୟ, ମି.ମନୋଜ ପରିଚାଳନା ମଣ୍ଡଳୀ ସଦସ୍ୟ, ନିକିତା ଚୌଧୁରୀ , ଶ୍ରୀମତୀ ଡି.ପଦ୍ମିନୀ ପରିଚାଳନା ମଣ୍ଡଳୀ ସଦସ୍ୟା, ଶ୍ରୀ ଆର.ଏସ. ଭି.କ୍ରିଷ୍ଣା ଭାଇସ ପ୍ରିନ୍ସିପାଲ୍ ଡିଗ୍ରୀ କଲେଜ ବରଗଡ଼, ଶ୍ରୀମତୀ ବିନ୍ଧ୍ୟ ରାଜୁ ଅଧ୍ୟକ୍ଷା ଲକ୍ଷ୍ମୀ ବିକାଶ ବିଦ୍ୟାଳୟ ଜୟପୁର ପ୍ରମୁଖ ଯୋଗଦେଇ ଉତ୍ସବର ଶୋଭା ବର୍ଦ୍ଧନ କରିଥିଲେ ।ସୁଶ୍ରୀ ଆରତୀ ମିଶ୍ର ଅଧ୍ୟକ୍ଷା ବିକାଶ ଅବାସିକ ବିଦ୍ୟାଳୟ , ଶ୍ରୀ .ଯୁବରାଜ ନାୟକ ଅଧ୍ୟକ୍ଷ ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଡ.ଆଦିତ୍ୟ କୁମାର ପଟ୍ଟନାୟକ ଡିଗ୍ରୀ କଲେଜ ଅଧ୍ୟକ୍ଷ, ଡ.ସୁଦୀପ୍ତ କୁମାର ଜେନା ଆଇଟି ଏଣ୍ଡ ମେନେଜମେଣ୍ଟ ଅଧ୍ୟକ୍ଷ, ଶ୍ରୀମତୀ କେ.ଜୟଶ୍ରୀ ବିକାଶ ନର୍ସିଂ କଲେଜ ଅଧ୍ୟକ୍ଷା ସ୍ଵବିଭାଗର ବାର୍ଷିକ ବିବରଣୀ ପାଠ କରିଥିଲେ । ଏକାଡେମିକ୍ ଇନଚାର୍ଜ୍ ଶ୍ରୀମତୀ ଡି.ବିଜୟା ଧନ୍ୟବାଦ୍ ଅର୍ପଣ କରିଥିଲେ । ଶିକ୍ଷା, ପ୍ରଯୁକ୍ତିବିଦ୍ୟା, ନୃତ୍ୟ, ସଙ୍ଗୀତ, କ୍ରୀଡା, ବକୃତା, ତଥା ଅନ୍ୟାନ୍ୟ କ୍ଷେତ୍ରରେ ଜିଲ୍ଲା, ରାଜ୍ୟ ଓ ଜାତୀୟ ସ୍ତରରେ କୃତିତ୍ୱ ହାସଲ କରିଥିବା କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ବେଷ୍ଟ ହାଉସ ଭାବେ ‘ଚନ୍ଦ୍ର ହାଉସ ‘ କୁ ଘୋଷଣା କରାଯାଇଥିଲା । ପରେ ଅନୁଷ୍ଠାନର ଏକ ହଜାରରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀଙ୍କ ଦ୍ଵାରା ରଙ୍ଗା ରଙ୍ଗ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିବାରେ ଅନୁଷ୍ଠାନର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ ସମସ୍ତ କର୍ମଚାରୀଙ୍କ ନିଷ୍ଠା ଓ ଆନ୍ତରିକ ସହଯୋଗ ରହିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories