Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡିଗ୍ରୀ ମହାବିଦ୍ୟାଳୟ କୋକସରା ଠାରେ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଉଦଘାଟିତ।

କୋକସରା:୦୪/୧୨ କୋକସରା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ଠାରେ ନୂଆ ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ହନୁମାନ ମନ୍ଦିର ରେ ପୂଜାର୍ଚ୍ଚନା ପରେ ଏକ ଶୋଭାଯାତ୍ରାରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକା କର୍ମଚାରୀ ଓ ଛାତ୍ରଛାତ୍ରୀ ମାନେ ଅତିଥି ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରି ମହାବିଦ୍ୟାଳୟ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ। ମହାବିଦ୍ୟାଳୟ ର ଅଧ୍ୟକ୍ଷ ପୁଷ୍ପରାଜ ମେହେର ଙ୍କ ସଭାପତିତ୍ୱ ରେ ଧର୍ମଗଡ଼ ବିଧାୟକ ମୋୖଷଧି ବାଗ ,ସମ୍ମାନିତ ଅତିଥି ଭାବେ ଆମପାଣି ଯୋନ ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ,ଏନ ସିସି କ୍ୟାପେଟେନ ଅଶ୍ୱିନୀ କୁମାର ପଟ୍ଟନାୟକ,ଅଧ୍ୟାପକ ସୁବ୍ରତ କୁମାର ବେହେରା,ଜଗନ ଚନ୍ଦାନି ମଞ୍ଚ ଉଦଘାଟନ କରିଥିଲେ। ଅଧ୍ୟାପକ ଐରି ନାଶନ ଚିନ୍ଦା ମଞ୍ଚ ସଂଯୋଜନା କରିବା ସହ ଅତିଥୀ ପରିଚୟ ପ୍ରଦାନ କରିଥିଲେ।ଧର୍ମଗଡ଼ ବିଧାୟକ ମୋୖଷଧି ବାଗ ଉପସ୍ଥିତ ଛାତ୍ରଛାତ୍ରୀ ଙ୍କୁ ନିଜ ଅଭିଭାଷଣ ରେ ଆମ ମୁଖ୍ୟମନ୍ତ୍ରୀ ଯୁବ ଓଡିଶା ନବୀନ ଓଡିଶା ମାଧ୍ୟମରେ ଯୁବବର୍ଗ ଙ୍କୁ ବିଭିନ୍ନ କ୍ଷେତ୍ରରେ ପ୍ରୋତ୍ସାହିତ କରିବା ପାଇଁ ଏହି କାର୍ଯ୍ୟକ୍ରମ ର ଆରମ୍ଭ କରିଛନ୍ତି। ଏହାର ସଫଳ ରୂପାୟନ ହେଲେ ଯୁବ ଓଡିଶା ନବୀନ ଓଡିଶା ର ଉଦ୍ଦେଶ୍ୟ ସାଧିତ ହେବ ବୋଲି କହିଛନ୍ତି। ମହାବିଦ୍ୟାଳୟ ର ଛାତ୍ରୀ ମାନେ ଏହି ଅବସର ରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମ ପରିଶେଷରେ ଅଧ୍ୟାପିକା କନକ ମଞ୍ଜରୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ କୁ ମହାବିଦ୍ୟାଳୟ ର କର୍ମଚାରୀ ମାନେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ